ବୁର୍ଲା: ବୁଧବାର ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥସ୍ଥିତ ବୁର୍ଲା ପିସି ବ୍ରିଜ୍ ନିକଟରେ ଏକ ଦୁର୍ଘଟଣାରେ ଜଣେ ଯୁବତୀ ଅର୍ଚ୍ଚନା ଦାସ (୨୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତିି କରାଯାଇଛି। ଆହତ ଯୁବତୀ ଜଣକ ଚିପିଲିମା ଅଞ୍ଚଳର ଅନ୍ଧାରୀ ଗାଁର ବୋଲି ଜଣାଯାଇଛି। ବୁଧବାର ମଧ୍ୟାହ୍ନ ସମୟରେ ଅର୍ଚ୍ଚନା ସମ୍ବଲପୁରରୁ ଏକ ସ୍କୁଟିରେ ଆସୁଥିବା ବେଳେ ପିସି ବ୍ରିଜ୍ ନିକଟରେ ସାମନାରେ ଯାଉଥିବା ଏକ କାର୍ର ପଛ ପଟେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। କାର୍ରେ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲାମେଡ଼ିକାଲ ପହଞ୍ଚାଇଥିଲେ। ଅର୍ଚ୍ଚନାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ହୋଇଛି। ପୁଲିସ୍ ମେଡିକାଲ ପହଞ୍ଚି ତଦନ୍ତ କରିବାରୁ ଯୁବତୀଙ୍କ ପରିଚୟ ମିଳିଥିଲା। ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଏସ୍ଆଇ ପୁଷ୍ପା କିଷାନ କହିଛନ୍ତି।
ଦୁର୍ଘଟଣାରେ ଯୁବତୀ ଗୁରୁତର
/sambad/media/post_attachments/wp-content/uploads/2018/06/jharsuguda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)