ଝାରସୁଗୁଡ଼ା : ବେଲପାହାଡ଼ ରେଳ ଷ୍ଟେସନରୁ ମାତ୍ର ୨ କିମି ଦୂରରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନିକଟରୁ ମିଳିଥିବା ଆଧାରକାର୍ଡର ସୂଚନା ଅନୁସାରେ ସେ ବାଘମୁଣ୍ଡାର ଅଜୟ କାଲୋ(୨୬) ବୋଲି ଅନୁମାନ କରାଯାଉଛି। ଏନେଇ ଜିଆର୍ପି ପୁଲିସ୍ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଯାତ୍ରୀଜଣଙ୍କ ଟ୍ରେନ୍ରୁ ଗଳିପଡ଼ିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ ଆଶଙ୍କା କରୁଛି।
ଟ୍ରେନ୍ରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
/sambad/media/post_attachments/wp-content/uploads/2024/04/1731.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)