ଝାରସୁଗୁଡ଼ା: ଯାନ୍ତ୍ରିକ ବିଦ୍ୟାଳୟ ମହିଳା ହଷ୍ଟେଲକୁ ଗୁରୁବାର ଅନଧିକାର ପ୍ରବେଶ କରିଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକ ଉତ୍ତମମଧ୍ୟମ ଦେଇ ପୁଲିସର ଜିମା ଦେଇଥିଲେ। ଏହି ଦୁଇ ଯୁବକ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଭାଇ କହି ଭିତରେ ପ୍ରବେଶ କରିଥିଲେ। ତେବେ, ଜଗୁଆଳିର ସଂଦେହ ହେବାରୁ ସେ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଫୋନ୍ କରିଥିଲେ। ଛାତ୍ରୀଙ୍କ ପିତା ହଷ୍ଟେଲରେ ପହଞ୍ଚି ଉକ୍ତ ଦୁଇ ଜଣଙ୍କୁ ଜାଣିନଥିବା କହିବା ପରେ ସେମାନଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା। ପରେ ଏହି ଦୁଇ ଯୁବକ ଏହି ଅଞ୍ଚଳରେ ଚକ୍କର କାଟୁଥିବା ବେଳେ ସଂଦେହଜନକ ଭାବେ ଘୂରି ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ଉତ୍ତମମଧ୍ୟମ ଦେଇ ପୁଲିସରେ ଜିମା ଦେଇଥିଲେ। ପୁଲିସ ଏହି ଯୁବକଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ତାଙ୍କ ପରିବାର ଲୋକଙ୍କୁ ଡ଼ାକି ତାଗିଦ କରି ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଇଆଇସି ସାବିତ୍ରୀ ବଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗତ କାଲି ଭାଲେଣ୍ଟାଇନ୍ ଡ଼େ ଥିବା ବେଳେ ସୁନ୍ଦରଗଡ଼ ଅଞ୍ଚଳର ଏହି ଦୁଇ ଯୁବକ ମଦ୍ୟପାନ କରି ହଷ୍ଟେଲ ଭିତରେ ପଶିବାକୁ ଚେଷ୍ଟା କରିଥିଲେ। ତେବେ ଏ ସଂପର୍କରେ କେହି ଥାନାରେ ରିପୋର୍ଟ କରି ନଥିବାରୁ ଯୁବକ ମାନଙ୍କୁ ତାଗିଦ କରି ତାଙ୍କ ଅଭିଭାବକଙ୍କ ଜିମାରେ ଦିଆଯାଇଛି।
ମହିଳା ହେଷ୍ଟଲକୁ ପଶି ଛେଚା ଖାଇଲେ ୨ ଯୁବକ
/sambad/media/post_attachments/wp-content/uploads/2019/02/man-gangraped_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)