ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ପୁଞ୍ଜିପଥର ଛକଠାରେ ସୋମବାର ଦିନ ପ୍ରାୟ ୧୨ଟା ବେଳେ ଟ୍ରକ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଠେବରା ଗ୍ରାମର ସରୋଜ ପାଣ୍ଡେ। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା।

Advertisment

ସୂଚନାପାଇ ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଛି। ପୁଲିସ ସୂଚନା ଅନୁସାରେ, ସରୋଜ ତାଙ୍କ ବାଇକ ନେଇ ଲଖନପୁର ପଟରୁ ବେଲପାହାଡ ଅଭିମୁଖେ ଯାଉଥିଲେ। ଏହି ସମୟରେ ପୁଞ୍ଜିପଥର ଛକରେ ଖଣି ଦିଗରେ ଯାଉଥିବା ଟ୍ରକ(ଓଆର ୧୯ ଏଫ ୪୫୪୭) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସରୋଜଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।