ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପଲି ଗ୍ରାମ ନିକଟ ପଡ଼ିଆରୁ ରବିବାର ସକାଳେ ଜଣେ ଯୁବଙ୍କ ରକ୍ତ ଜୁଡୁବୁଡ଼ୁ ମୃତ ଦେହ ଉଦ୍ଧାର କରାଯାଇଛି।
ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମୃତକ ଜଣକ ଝାରସୁଗୁଡ଼ା ଥାନା ବୁରମାଲ ଗ୍ରାମର ଅକ୍ଷୟ ସାହୁ (୪୩) ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରେ ଜଣାଡ଼ିଥିବା ବେଳେ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥାଳରେ ତଦନ୍ତ କରିଥିଲେ ହେଁ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତଦନ୍ତ ଚାଲିଛି ଖୁବ୍ଶୀଘ୍ର ହତ୍ୟାର କାରଣ ଜଣାପଡ଼ିଯିବ ବୋଲି ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/mud-a.jpg)