ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଆସନରେ ମତଦାନ ହାରକୁ ଅନୁଶୀଳନ କଲେ ବିଜେପିରେ ଅଢ଼େଇ ଗୁଣ ଭୋଟ ହାର ବଢ଼ିଥିବା ଜଣାଯାଇଛି। ଏଠାରେ ବିଜେପି ଚଳିତ ନିର୍ବାଚନରେ ମୋଟ ମତଦାନର ୩୦.୦୪ ପ୍ରତିଶତ ହାସଲ କରିଛି। ଏହି ଭୋଟ ହାର ବୃଦ୍ଧିର କାରଣ ସାରା ଦେଶରେ ମୋଦୀ ଲହର ହୋଇପାରେ କିମ୍ବା ଏହି ନିର୍ବାଚନମଣ୍ଡଳୀରେ ଥିବା କଂଗ୍ରେସ ଭୋଟର ବିତସ୍ଫୃହ ହୋଇ ଏଥର ବିଜେପିକୁ ସମର୍ଥନ କରିଥିବା ଅନୁମାନ କରାଯାଉଛି। ବିଜେପି ଏହି ଆସନରେ ୨୦୦୯ ନିର୍ବାଚନରେ ୧୧.୮୭ ପ୍ରତିଶତ ଭୋଟ ପାଇଥିଲା। ୨୦୧୪ରେ ଏହା ବୃଦ୍ଧି ହୋଇ ୧୨.୭୪ ପ୍ରତିଶତକୁ ଆସିଥିଲା। ଚଳିତ ନିର୍ବାଚନରେ ଏହା ଅଢ଼େଇ ଗୁଣ ବୃଦ୍ଧି ଘଟିଛି। ସେହିପରି କଂଗ୍ରେସର ଗଡ଼ କୁହାଯାଉଥିବା ଝାରସୁଗୁଡ଼ା ଆସନରେ ଚଳିତ ନିର୍ବାଚନରେ କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି। କଂଗ୍ରେସ ଏଠାରେ ତାର ଭୋଟ ହାରର ୫ ଗୁଣ ତଳକୁ ଖସି ଆସିଛି। ୨୦୦୯ ନିର୍ବାଚନରେ କଂଗ୍ରେସ ଏଠାରେ ୪୯.୨୮ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୪ରେ ୪୫.୧ ପ୍ରତିଶତ ଭୋଟ ପାିଥିଲା। ଏହି ଉଭୟ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା। ମାତ୍ର ଚଳିତ ନିର୍ବାଚନରେ ଏହି ହାର ଖସି ଆସି ୧୦.୬୮ରେ ପହଞ୍ଚିଛି। ବିଜେଡିରେ କିନ୍ତୁ ୨୫ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। ବିଜେଡି ଗତ ୨୦୦୯ ନିର୍ବାଚନରେ ୩୧.୫୮ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୪ରେ ୩୮.୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଚଳିତ ନିର୍ବାଚନରେ ବିଜେଡିର ହାରରେ ବୃଦ୍ଧି ଘଟି ଏହା ୫୫.୯୭ରେ ପହଞ୍ଚିଛି।
କଂଗ୍ରେସ ଭୋଟ୍ହାର ୫ ଗୁଣ କମିଲା ବିଜେପିରେ ଅଢ଼େଇ ଗୁଣ ବୃଦ୍ଧି
/sambad/media/post_attachments/wp-content/uploads/2019/05/Ballot_box_icon_color_svg.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)