ବେଲପାହାଡ଼: ବେଲପାହାଡ଼ ପୌରାଂଚଳ ଅନ୍ତର୍ଗତ ମାଉସୀ ମା’ ମନ୍ଦିରରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ସଡ଼କର ଉଭୟ ପାର୍ଶ୍ୱରେ ଡ୍ରେନ କାର୍ଯ୍ୟ ଚାଲିଛି। ଏଥିରୁ ବାହାରୁଥିବା ଆବର୍ଜନା, ମାଟି, କାଦୁଅ ରାସ୍ତାର ଉଭୟ ପାର୍ଶ୍ୱରେ କୁଢ଼ କୁଢ଼ ପକାଯାଉଛି। ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରାଯାଉନାହିଁ। ଏନେଇ ରାସ୍ତାର ଉଭୟ ପାର୍ଶ୍ୱରେ ରହୁଥିବା ପରିବାର ଏବଂ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ମଧ୍ୟ ନାକେଦମ ହୋଇ ରହିଛନ୍ତି। ଧୁଳି, ମାଟି ଦେଇ ଯାତାୟାତ କରିବାକୁ ପଡ଼ୁଛି ବୋଲି ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ ପୌରପାଳିକାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଠିକାଦାର ପ୍ରୀତି ଯୋଗୁଁ ଜନସାଧାରଣଙ୍କ ସୁବିଧାକୁ ଡ୍ରେନ୍ କାର୍ଯ୍ୟ ସମୟରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ତେବେ, ନଗରପାଳ ପର୍ଶୁରାମ ସାହୁ ଡ୍ରେନ କାର୍ଯ୍ୟ ଶୀଘ୍ର ଶେଷ କରି ଦିଆଯିବ ବୋଲି ମତ ଦେଇଛନ୍ତି।
ଡ୍ରେନ କାର୍ଯ୍ୟ ପାଇଁ ଯାତାୟାତରେ ବାଧା
/sambad/media/post_attachments/wp-content/uploads/2018/03/jharsu-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)