ରାୟଗଡା: ଜିଲ୍ଲା ପରିଷଦ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଇଛି। ବୈଠକରେ ଆରମ୍ଭରୁ ହିଁ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନେ ବିଭିନ୍ନ କାମ ବିଷୟରେ ସେମାନଙ୍କୁ ଅବଗତ କରାଯାଉନଥିବା ନେଇ ହଟ୍ଟଗୋଳ କରିଥିଲେ। ଏଥିସହ ସ୍କୁଲ, ପାନୀୟ ଜଳ, ଅଙ୍ଗନବାଡି, ଡାକ୍ତର ପଦବିକୁ ନେଇ ହୋହଲ୍ଲା କରିଥିଲେ। ପିସି କାରବାର ବନ୍ଦ ନେଇ ବିଧାୟକ ସମେତ ଅନ୍ୟ ସଦସ୍ୟମାନେ ଦାବି କରିଥିଲେ। ହଟ୍ଟଗୋଳକୁ ନେଇ ଜିଲ୍ଲାପାଳ ସମସ୍ତ ସାମ୍ବାଦିକଙ୍କୁ ବୈଠକରୁ ବାହାରକୁ ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରକୁ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଥିଲା।

Advertisment

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଦେଷ୍ଠା ସୁଧୀର ଦାଶ, ଲୋକ ସଭା ସାଂସଦଙ୍କ ପ୍ରତିନିଧି ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲାପାଳ ସ୍ଵଧା ଦେବ ସିଂହ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ନିହାର ରଞ୍ଜନ କହଁର, ଉପାଧ୍ୟକ୍ଷ ସନ୍ତୋଷ ସୁନା, ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଜିର ଏହି ବୈଠକରେ ମୁଖ୍ୟତଃ  କୃଷି, ସ୍ୱାସ୍ଥ୍ୟ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଗ୍ରାମ୍ୟ ଜଳ ଯୋଗାଣ, ଜଳଛାୟା, ଉଦ୍ୟାନ ବିଭାଗ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ମଙ୍ଗଳ ବିଭାଗ ବିଦ୍ୟାଳୟ, ଗ୍ରାମୀୟ ନିର୍ମାଣ, ଶିଶୁ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, ମଧ୍ୟମ ଜଳସେଚନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ, ଟାଟା ପାୱାର(ବିଦ୍ୟୁତ), ପଂଚାୟତ ରାଜ ଓ ଜଳାଯୋଗାଣ କାର୍ଯ୍ୟ, ସମବାୟ, ମତ୍ସ୍ୟବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ନିଯୁକ୍ତି ଓ ଦକ୍ଷତା ବିକାଶ ବିଭାଗ, ମେଗାଲିଫ୍ଟ, ଉଠା ଜଳସେଚନ ଉପରେ ଆଲୋଚନା କରାଯାଇଥିଲା।

କୃଷି ବିକାଶ ଉପରେ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ଖରିଫ ଋତୁରେ- ୨୦୨୩ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଫସଲର ବିବରଣୀ, ଜଳସେଚନ, ବିହନ ବଣ୍ଟନ, ସାର ୱାରୀ ଯୋଜନା, କୃଷି ଯାନ୍ତ୍ରିକ କରଣର ଲକ୍ଷ୍ୟ ଧାର୍ଯ୍ୟ ଏବଂ ହାସଲ, ବିଭିନ୍ନ ଯୋଜନାର ପଦକ୍ଷେପ ଓ ଅଗ୍ରଗତି ସମ୍ୱନ୍ଧରେ ଉପସ୍ଥାପନା କରିଥିଲେ। କୃଷି ବିଭାଗ ତରଫରୁ ଚଳିତବର୍ଷ ବିଭିନ୍ନ ଫସଲ ବାବଦକୁ ୧୯୩୦୦୦ ହେକ୍ଟର ଜମିରେ ଚାଷ କରାଯିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ୧୫୩୦୩୮ହେକ୍ଟର ଲକ୍ଷ ହାସଲ କରାଯାଇଛି। ରବି ଋତୁରେ ୪୪୫୦୦ ହେକ୍ଟର ଜମିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୪୪୧୯୧ ହେକ୍ଟର ଲକ୍ଷ୍ୟ ହାସଲ ହେଇଥିବା ମୁଖ୍ୟ କୃଷି ଅଧିକାରୀ ପ୍ରକାଶ କରିଥିଲେ।ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଉପସ୍ଥାପନା କରିଥିଲେ। ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ଓ ଖାଲିଥିବା ପଦବି, ଜନନୀ ଶିଶୁ ସୁରକ୍ଷା ଯୋଜନାରେ ଉପକୃତ ହୋଇଥିବା ମହିଳା ଓ ଶିଶୁ, ମା ଗୃହ, ଗାଁ କଲ୍ୟାଣ ସମିତି, ଜଣ ଆରୋଗ୍ୟ ସମିତି, ପୁଷ୍ଟି ପୁନ୍ନରବାସ କେନ୍ଦ୍ର, ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ ଆଦି ଉପରେ ଉପସ୍ଥାପନା
କରିଥିଲେ। ଏହି ଆଲୋଚନା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଦାବି କରିଥିଲେ ଯେ ରୟାଗଡ଼ରେ ଡାଇଲିସିସ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉ। ଏହି ଜିଲ୍ଲାର ପ୍ରସୂତୀ ମାଆମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଭାବରେ ଯୋଗାଇବା ନିମନ୍ତେ ଓ ଆବଶ୍ୟକ ଡାକ୍ତର ପଦବୀ ପୂରଣ ନିମନ୍ତେ ପାଦ୍ଧକ୍ଷେପ ନେବାକୁ ସଦସ୍ୟମାନେ ଅନୁରୋଧ କରିଥିଲେ। ଗୁଣୁପୁରରେ ଉପଖଣ୍ଡ ଚିକିତ୍ସାଳୟରେ ଶିଶୁ ବିଶେଷଜ୍ଞ ନଥିବାରୁ ପୂରଣ ପାଇଁ ଗୁଣୁପୁର

ବିଧାୟକ ଶ୍ରୀ ଗମାଙ୍ଗ ଅନୁରୋଧ କରିଥିଲେ। ରାମନାଗୁଡାରେ ମଧ୍ୟ୍ୟ ବିଶେଷଜ୍ଞ ଡାକ୍ତର ପଦବି ପୂରଣ ପାଇଁ ସଦସ୍ୟ ଦାବି କରିଥିଲେ। ଆଣ୍ଟି ଭେନମ ଇଞ୍ଜେକ୍ସନ ପାଇଁ ସଚେତନ କରିବାକୁ ଅଧ୍ୟକ୍ଷା ଜିଲ୍ଲାପରିଷଦ ସରସ୍ବତୀ ମାଝୀ ଅନୁରୋଧ କରିଥିଲେ। ସେହପରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆର୍ଥିକ ବର୍ଷ- ୨୦୨୨-୨୩ ରେ ଧାନ ସଂଗ୍ରହ ଉପରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ। ଜିଲ୍ଲାରେ ଖରିଫ ଋତୁରେ ୧୦,୯୮,୦୦୦ କ୍ୱିଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟରୁ ୧୦,୬୯,୯୧୮ କ୍ୱିଣ୍ଟାଲ ଧାନ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିଲା। ସେହିପରି ରବି ରୁତୁରେ ୧୩,୦୧୪ କ୍ୱିଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟରୁ ୧୧,୩୦୭ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ଏହା ସହିତ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପାନୀୟ ଜଳ ତରଫରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଉପରେ ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲେ। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲ୍ଲାର ୨,୨୭,୯୯୯ ଗୃହକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯିବ।

publive-image Sambad

ଜିଲ୍ଲାର ୧,୩୦,୫୫୦ ଗୃହକୁ ଏହି ଯୋଜନାରେ ପିଇବା ପାଣି ଯୋଗାଇ ଦିଆଯାଇଥିବା କୁହାଯାଇଥିଲା। ଦୁର୍ଗମ ଓ ପାହାଡ ଶିଖର ଅଂଚଳରେ ବସବାସ କରୁଥିବା ୬୪୭ଟି ପ୍ରକଳ୍ପ ଦ୍ୱାରା ୨୬୦ ଗ୍ରାମକୁ ଜଳଯୋଗାଣ କରାଯିବା ନିମନ୍ତେ କାର୍ଯ୍ୟ ଚାଲୁଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ।ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗମନା ଗମନ ପାଇଁ ରାସ୍ତାଘାଟ ନିର୍ମାଣ ଅସଂପୂର୍ଣ୍ଣ କାମକୁ ତୁରନ୍ତ ସଂପୂର୍ଣ୍ଣ କରିବା ଉପରେ ସଦସ୍ୟ ମାନେ କହିଥିଲେ।ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଅଙ୍ଗନ ବାଡ଼ି କେନ୍ଦ୍ରରେ ଶିଶୁ ସ୍ୱାସ୍ଥ୍ୟ ସହ ସେମାନଙ୍କ ପ୍ରାରମ୍ଭିକ ଶିକ୍ଷା ଉପରେ ଧ୍ୟାନ ଦେବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ। ଜଳଛାୟା ବିଭାଗ ଉପରେ ମଧ୍ୟ ଆଲୋଚନା କରି ଜିଲ୍ଲାରେ ଅଧିକ ଅର୍ଥ ଆଣି ବିଭିନ୍ନ ବ୍ଲକରେ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁରୋଧ କରିଥିଲେ।

ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷାର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଉପସ୍ଥାପନା କରିଥିଲେ। ଶିକ୍ଷକମାନେ ଦୂରଦୂରାନ୍ତ ଅଂଚଳରେ ନିୟମିତ ଭାବରେ  ରହୁନଥିବାରୁ ଓ ଜଣେ ଜଣେ ଶିକ୍ଷକ ବହୁ ବର୍ଷଧରି ଗୋଟିଏ ବିଦ୍ୟାଳୟ ରହୁଥିବାରୁ ପାଠ ପଢାଉ ନଥିବା ଅଭିଯୋଗ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପିଲାଙ୍କ ପାଠ ପଢା, ବିଦ୍ୟାଳୟ ସ୍ଥିତି ଆଦି ଅନୁଧ୍ୟାନ କରିବା ପାଇଁ ସଦସ୍ୟ ସଦସ୍ୟା ମନେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପରିଷଦର ସ୍ବଚ୍ଛ ଭାରତ ମିଶନ, ଗ୍ରାମୀଣ ଆବାସ, ଓଡିଶା ଜୀବିକା ମିସନ, ମନୋରେଗା ଆଦି ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ନରେନ୍ଦ୍ର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।