ପୂର୍ବତନ ଜିଲ୍ଲା ପରିଷଦଙ୍କ ଆତ୍ମହତ୍ୟା ଅଭିଯୋଗ

ରାଇରଙ୍ଗପୁର/ସୁଲେଇପାଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବୈଦନାଥ ମହାନ୍ତଙ୍କ ଆତ୍ମହତ୍ୟା ଅଭିଯୋଗ। ଅଭିଯୋଗ ଅନୁଯାୟୀ ବାଦାମପାହାଡ ଥାନା ତଥା ସୁଲେଇପାଟଫାଣ୍ଡି ଅର୍ନ୍ତଗତ କୁମୁଡାଶୋଳ ଗ୍ରାମର ବୈଦନାଥ ମହାନ୍ତ(୫୦) ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ବାଦାମପାହାଡ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବାଦାମପାହାଡ ଥାନାରେ କେସ୍ ନଂ ୧୦/୨୩ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।

ବୈଦନାଥ ମହାନ୍ତ ଜେଏମଏମ ଦଳର ଜଣେ ଆଗଧାଡିର ନେତା ଥିଲେ। ସେ ଗତ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ କୁସୁମୀ ବ୍ଲକ୍ ୧୧ ନଂ ଜୋନର ଜିଲ୍ଲାପରିଷଦ ଭାବେ କାର୍ଯ୍ୟ ତୁଲାଇଥିଲେ। ସେ ଆତ୍ମହତ୍ୟା କରିଥିବା ନେଇ ସହଜରେ କେହି ବିଶ୍ୱାସ କରି ପାରୁ ନାହାଁନ୍ତି। ଶେଷକୃତ ସମୟରେ ବିଜେଡିର ରାଜ୍ୟ ସମ୍ପାଦକ ମହେଶ ଚନ୍ଦ୍ର ହେମ୍ବ୍ରମ, ୧୧ ନଂ ଜୋନର ଜିଲ୍ଲା ପରିଷଦ ରାମଚନ୍ଦ୍ର ମୁର୍ମୁ, ଧାଙ୍ଗୁଡିମୁତା ସରପଞ୍ଚ ଦିଲ୍ଲୀପ ଭୋଇ, ବିକାଶ ମହାନ୍ତଙ୍କ ବିଭିନ୍ନ ଦଳର କର୍ମୀ ମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ରାଇରଙ୍ଗପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର