ଓଡ଼ିଶାର ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା

ବାରିପଦା: ଓଡ଼ିଶାର ଗୋଟିଏ ଲୋକସଭା ଆସନ ଓ ୫ଟି ବିଧାନସଭା ଆସନ ପାଇଁ ଜେଏମ୍‌ଏମ୍‌ ବୁଧବାର ପ୍ରାର୍ଥୀ ଘୋଷଣା କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କେନ୍ଦ୍ରୀ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ମୟୂରଭଂଜ ଆସନରୁ ଅଂଜଳୀ ସୋରେନ୍‌ ଲଢ଼ିବେ।

ସେହିପରି ଜେଏମ୍‌ଏମ୍‌ ପକ୍ଷରୁ ମୟୂରଭଂଜ ଜିଲ୍ଲାର ସାରସକଣା ଆସନ ପାଇଁ ମହେଶଚନ୍ଦ୍ର ହେମ୍ବ୍ରମଙ୍କୁ ଟିକେଟ ଦିଆଯାଇଛି। ଜେଏମ୍‌ଏମ୍‌ ଟିକେଟ୍‌ରେ ବାଙ୍ଗିରିପୋଷି ଆସନରୁ ସୁନ୍ଦର ମୋହନ ସିଂହ, ମୋରଡାରୁ କଳିଙ୍ଗ କେଶରୀ ଜେନା, ରାଇରଙ୍ଗପୁରରୁ ସୁନାରାମ ଟୁଡୁ ଓ ବିରମିତ୍ରପୁର ଆସନରୁ ସେଭିଅନ ଆଇନ୍ଦ ଲଢ଼ିବେ।

ସମ୍ବନ୍ଧିତ ଖବର