ରାଇରଙ୍ଗପୁର: ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ । ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ରଣାଙ୍ଗନରେ ବର୍ତ୍ତି ହେବାପାଇଁ ନିଜର ରଣକୌଶଳ ପ୍ରସ୍ତୁତି କରୁଛନ୍ତି । ସଂଗଠନକୁ ମଜଭୁତ ଓ ସୁଦୃଢ କରିବା ପାଇଁ ସମସ୍ତେ ଵ୍ଯଗ୍ର। ରାଇରଙ୍ଗପୁରସ୍ଥିତ ଯାତ୍ରୀ ନିବାସ ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ସନାତନ ମୁଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ୍, ସମ୍ପାଦକ ଦୁବରାଜ ନାଗ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ବରିଷ୍ଠ ନେତା ଦିଲିପ ଦାସ, ସାଲୁ କିସ୍କୁ, ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ, ନାରୀ ନେତ୍ରୀ ଆଦାରାଣୀ ମାଝୀ, ଜିଲ୍ଲା ସଂପାଦକ ସେକ ଅବଦୁଲ ମାନାନ, ରଣଜିତ ବାସ୍କେ, ସରୋଜିନୀ ମୁର୍ମୁ, ସୁନ୍ଦର ମୋହନ ହାଁସଦା, ସନ୍ତୋଷ ମୁର୍ମୁ, ଧୀରେନ ମାରାଣ୍ଡି, ସୁରିଷ ମୁର୍ମୁ, ଭାଗବତ ହାଁସଦା, ମାଇସା ସୋରେନ, ଯାଦବ ବାରିକ, ମଙ୍ଗଲ ମୁର୍ମୁ, ଯଶବନ୍ତ ବାରିକଙ୍କ ସମେତ ବହୁ ସାଂଗଠନିକ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଜିଲ୍ଲାର ସାଂଗଠନିକ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମି ନିର୍ବାଚନରେ ଦଳ କିଭଳି ନିର୍ବାଚନରେ ଲଢି ବିଜୟ ହାସଲ କରିବ ସେଥିପାଇଁ କଣ କଣ ପଦକ୍ଷେପ ନେବ ତାହା ଆଲୋଚନା କରାଯାଇଥିଲା। ଶେଷରେ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ୍ ଆଦିବାସୀ ସାନ୍ତାଳୀ, ମୁଣ୍ଡା, ମୁଣ୍ଡାରୀ ଭାଷାରେ ସରକାରଙ୍କ ଦ୍ବାରା ଦିର୍ଘ ୧୫ ବର୍ଷ ହେଲା ନିୟୋଜିତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ଉଚିତ ଦରମା ପ୍ରଦାନ କରୁ ନ ଥିବାରୁ ଦିର୍ଘ ୩୧ ଦିନ ହେଲା ସେମାନେ ରାଇରଙ୍ଗପୁରରୁ ଭୂବନେଶ୍ବର ପଦଯାତ୍ରାରେ ବାହାରି ନବୀନ ନିବାସ ସମ୍ମୁଖରେ ପହଂଚିବା ପରେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବାରୁ କ୍ଷଭ ପ୍ରକାଶ କରିଛନ୍ତି । ସେମାନଙ୍କ ପ୍ରତି ପକ୍ଷପାତିତା, ଅନ୍ୟାୟ, ଅଣଦେଖା ଓ ପାତ୍ର ଅନ୍ତର କରୁଛନ୍ତି ।ସେମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦିଆଯାଇ ଅନ୍ୟ ଶିକ୍ଷକଙ୍କ ଭଳି ଦରମା ପ୍ରଦାନ କରନ୍ତୁ ।ତେବେ ଏନେଇ ଆସନ୍ତା କାଲି ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ସ୍ଥାନୀୟ ମୁର୍ମୁ ଛକରେ ଦଳ ତରଫରୁ ଦାହ କରାଯିବ ବୋଲି କହିଥିଲେ।ଏହା ବ୍ୟତୀତ ଆସନ୍ତା ୬ ଫେବୃଆରୀ ଗୁଣ୍ଡୁରିଆ ସହିଦ ଦିବସ ପାଳନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା ।