ଜେଏମଏମର ରାଜ୍ୟ କମିଟି ଘୋଷଣା: ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଦୁବରାଜ୍ ନାଗ୍

ରାଇରଙ୍ଗପୁର: ଓଡିଶାର ଆଗାମୀ ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନଠାରୁ ମୟୂରଭଞ୍ଜ ଚଳଚଂଚଳ ହୋଇପଡିଛି । ତେବେ ଏହି ପରିପ୍ରେକ୍ଷୀରେ ଜେଏମଏମର ସୁପ୍ରିମୋ ଶିବୁ ସୋରେନଙ୍କ ସଭାପତିତ୍ୱରେ କେନ୍ଦ୍ରୀୟ କାର୍ଯ୍ୟାଳୟ ରାଂଚିଠାରେ ଜେଏମଏମ ଓଡିଶା ପ୍ରଦେଶର କମିଟି ଘୋଷଣା କରାଯାଇଛି । ଘୋଷଣା ସମୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଓଡିଶାର ଜେଏମଏମ୍ ସଭାପତି ଅଂଜନୀ ସୋରେନ,କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବିନୋଦ୍ କୁମାର ପାଣ୍ଡେଙ୍କ ସମେତ ଦଳର ବହୁ କର୍ମକର୍ତା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଂଜନୀ ସୋରେନ ଏକ ବର୍ଷରୁ ଅଧିକ ହେବ ଜେଏମଏମର ରାଜ୍ୟ ସଭାପତି ଭାବେ ଦଳକୁ ଚଳାଇ ଆସୁଛନ୍ତି ।

କିଛିଦିନ ପୂର୍ବରୁ ଦଳରେ ଥିବା ରାଜ୍ୟ ସମ୍ପାଦକ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ଏବଂ କିଛିଦିନ ପୂର୍ବରୁ ଶ୍ରୀମତୀ ସୋରେନଙ୍କ ବାସଭବନରେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା କମିଟି ମଧ୍ୟ ଗଠନ କରାଯାଇ ଘୋଷଣା ମଧ୍ୟ କରାଯାଇଛି । ତେବେ ରାଂଚିଠାରେ ଘୋଷଣା ହୋଇଥିବା ରାଜ୍ୟ କମିଟିରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦୁବରାଜ୍ ନାଗ୍,ରାଜ୍ୟ ଉପସଭାପତି ଭାବେ ଦିଲ୍ଲୀପ ଦାସ, ରାଜ୍ୟ ପ୍ରବକ୍ତା ଭାବେ ଚକ୍ରଧର ସିଂ, ଶ୍ୟାମ କିସ୍କୁ, ସୁନିଲ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୀନା ସୋରେନ, ଶୀତଲ କିସ୍କୁ, ଦାରାସିଂ ମୁଣ୍ଡା, ସାଲୁ କିସ୍କୁ ସଦସ୍ୟ ଭାବେ ଭାବେ ଶ୍ୟାମସୁନ୍ଦର ହାଁସଦା, ସରୋଜିନୀ ମୁର୍ମୁ, ହେମଲତା ପ୍ରଧାନ, ଜଗନ୍ନାଥ ମାଝୀ, ଶମ୍ଭୁନାଥ ମହାନ୍ତ, ଗୁଣବନ୍ତ ସିହଦେଓ ମହାନ୍ତ, ସନାତନ ମହାନ୍ତ, ଯୁଧିଷ୍ଠିର ମାରାଣ୍ଡି, ବିଜୟ କୁମାର ମହାନ୍ତ, ସୁମନ୍ତ ଦାସ ପ୍ରମୁଖଙ୍କୁ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର