ରାଇରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିଥିବାବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳ ବିଶୋଇଠାରେ ରାଜ୍ୟ ଜେଏମ୍ଏମ ଦଳର ସଭାନେତ୍ରୀ ଅଞ୍ଜନୀ ସୋରେନ ମାଣ୍ଡିଙ୍କ ଆହ୍ୱାନ କ୍ରମେ ଏକ ଜରୁରୀକାଳୀନ ବୈଠକ ଦଳ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ପ୍ରଦେଶ ତଥା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ପଦାଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ଦଳର ପ୍ରସ୍ତୁତି ସହିତ ବିଜେପି, ବିଜେଡି ସହିତ ଜେଏମ୍ଏମ ଦଳ କିପରି ନିର୍ବାଚନ ମଇଦାନରେ ଲଢେଇ କରିବ ସେ ନେଇ ରୂପରେଖ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ । ସମସ୍ତ ଆଲୋଚନା ପରେ ଦଳ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୨ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନରେ ଜେଏମ୍ଏମ୍ ଦଳ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି । ଏହି ସବୁ ଆସନରେ ଦଳର ବିଜୟ କିଭଳି ହେବ ସେନେଇ ଦଳର ଆଗଧାଡ଼ିର କର୍ମୀମାନଙ୍କୁ ଦଳ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଇଥିଲା।
କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ଦଳର ଅପାରଗତାକୁ ନେଇ ଦଳ ପ୍ରତ୍ୟେକ ୱାର୍ଡ ବୁଲି ଲୋକଙ୍କ ପାଖରେ ପହଞ୍ଚି ଜେଏମଏମ୍ ଦଳର ଆଗକୁ ହେବାକୁ ଥିବା ଇସ୍ତାହାର ପ୍ରଚାର କରି ଭୋଟ ହାତେଇବାର ଲକ୍ଷ୍ୟ ରଖୁଥିବା ଜଣାପଡିଛି । ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ, ରାଜ୍ୟ ଉପସଭାପତି ଶ୍ୟାମ ଚରଣ କିସ୍କ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସାଲୁ କିସ୍କୁ, ରାଜ୍ୟ ସହ ସମ୍ପାଦକ ଦିଲ୍ଲୀପ ଦାସ, ରାଜ୍ୟ କୋଷାଧକ୍ଷ ରଣଜିତ ସିଂ,ରାଜ୍ୟ ପ୍ରବ୍ୟକ୍ତା ତଥା ନିର୍ବାଚନ ପ୍ରଭାରୀ ଶିବାଜି ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ମୁର୍ମୁ, ବିଜାତଳା ଜିଲ୍ଲା ପରିଷଦ ସଭ୍ୟା ମୀନା ସୋରେନ,ଜିଲ୍ଲା ପ୍ରବକ୍ତା ସନ୍ତୋଷ ମୁର୍ମୁ, ପୂର୍ବ ମୟୂରଭଞ୍ଜ ଜିଲ୍ଲା ସଭାପତି ବାବଲୁ ମୁର୍ମୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ତିରିଂ ବ୍ଳକ୍ ସଭାପତି ରୁପାଇ ମୁର୍ମୁ,ବହଳଦା ବ୍ଳକ ସଭାପତି ସୁରେଶ ମୁର୍ମୁ,ଜାମଦା ବ୍ଳକ ସଭାପତି ପୂର୍ଣ ଚନ୍ଦ୍ର ଟୁଡୁ , ରାଇରଙ୍ଗପୁର ବ୍ଲକ୍ ସଭାପତି କାଳି ଚରଣ ଟୁଡୁ,ବିଜାତଳା ସଭାପତି ବ୍ରଜମାହନ ମୁର୍ମୁ, ବିଶୋଇ ସଭାପତି ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି, ସାରସକଣା ସଭାପତି ଡମାନ ହେମ୍ବ୍ରମ, ଜିଲ୍ଲା ଉପ ସଭାପତି ଭୁବନ ଟୁଡୁ, ଧିରେନ ମାରାଣ୍ଡି, ମଙ୍ଗଳ ମୁର୍ମୁ, ରବି ହାଁସଦା, ରାମେଶ୍ବର ସୋରେନ, ଶ୍ୟାମ ସୁନ୍ଦର ସୋରେନଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।