ରାୟଗଡା: ୟଙ୍ଗ ଏନଭୟସ ଇଣ୍ଟରନେସନାଲ ଦ୍ୱାରା ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଆୟୋଜିତ ଅନ୍ତର୍ଜାତୀୟ କଳା ପ୍ରତିଯୋଗୀତରେ ରାୟଗଡା ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ୨ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ପଦକ ହାସଲ କରି ବିଦ୍ୟାଳୟ ପାଇଁ କୃତିତ୍ୱ ଅର୍ଜନ କରିଛନ୍ତି। ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର କଳା ଶିକ୍ଷକ ପ୍ରଭାକର ସାହୁଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ଅର୍ଚ୍ଚିତା ପାତ୍ର ଓ ସପ୍ତମ ଶ୍ରେଣୀର ବିନୟ ସାହୁ ସ୍ୱର୍ଣ୍ଣ ପଦକ ବିଜୟ ଲାଭ କରିଥିବା ବେଳେ ଅଷ୍ଟମ ଶ୍ରେଣୀରେ ଭୂମିକା ମାଝୀ, କାବ୍ୟଞ୍ଜଳି ଭଦ୍ରା, ତ୍ରିନାଥ ଭଞ୍ଜ ଓ ସପ୍ତମ ଶ୍ରେଣୀର ପି କୁସୁମାଞ୍ଜଳି ରୌପ୍ୟ ପଦକ ହାସଲ କରିଛନ୍ତି।
ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଭାରତର ବିଭିନ୍ନ ବିଦ୍ୟାଳୟ ସମେତ ଥେରୁବାଲି ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ୧୪ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ହଙ୍ଗେରୀ, ବୁଲଗେରିଆ, ଲୁଥୁଭିଆ, ଲୁଥିନିଆ, ମେସିଡୋନିଆ, ସର୍ବିଆ, ଚୀନ, ରୋମାନିଆ, ସ୍ଲୋଭେନିଆ ଓ ହଂକଂର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଏଭଳି କୃତିତ୍ୱକୁ ନେଇ ବିଦ୍ୟାଳୟ ଅଧକ୍ଷ ଅଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳିତ ହୋଇଥିବା ବେଳେ କଳା ଶିକ୍ଷକ ପ୍ରଭାକର ସାହୁ, ସିସିଏ ଲଙ୍କନ ତାରକ ରାଓ, ଖେଳ ଶିକ୍ଷୟତ୍ରୀ ବନ୍ଦିତା ମହାନ୍ତି ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rgda-JNV-student-win-gold-and-silver.jpg)