ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକ୍ ବି.କରୁଆବାହାଲରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାସ୍କରଚନ୍ଦ୍ର ବଳ ଜାଲ୍ ବିଇଡି ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଏବିଇଓ ସୋମନି କୁଜୁର କିଞ୍ଜିରକେଲା ଥାନାରେ ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଏତଲା ଦେଇଛନ୍ତି। ପୁଲିସ ୪୨୦, ୪୬୫, ୪୬୭, ୪୬୮, ୪୭୧, ୪୭୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାଲେଶ୍ବର ଜିଲ୍ଲା ସିମୁଲିଆ ଥାନା ମଝିଖଣ୍ଡିଆ ଗାଁର ଭାସ୍କର ବଳ କାନପୁର ଛତ୍ରପୁର ଶିବାଜୀ ମହାରାଜ ବିଶ୍ବବିଦ୍ୟାଳୟର ବିଇଡି ପ୍ରମାଣପତ୍ର ଦାଖଲ କରି ୨୦୧୮ ମଇରୁ ବି. କରୁଆବାହାଲରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ।

Advertisment

ଏବେ ସେ କନିଷ୍ଠ ଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି। ଜାଲ୍ ପ୍ରମାଣପତ୍ରରେ ସେ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଶିକ୍ଷା ବିଭାଗ ତାଙ୍କ ବିଇଡି ପ୍ରମାଣପତ୍ର ଯାଞ୍ଚ କରିବା ପରେ ତାହା ଜାଲ୍ ଥିବା ଜଣାପଡ଼ିଥିଲା। ସେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ନାମରେ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରି ଶିକ୍ଷା ବିଭାଗରେ ଦାଖଲ କରିଥିଲେ।