ପୁରୀ: ଷଷ୍ଠ ଓଡ଼ିଶା ଏନ୍ସିସି ବାଟାଲିଆନ୍ ଆନୁକୂଲ୍ୟରେ ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ସମୁଦ୍ରକୂଳକୁ ପ୍ଲାଷ୍ଟିକ୍ମୁକ୍ତ ଓ ସାମୁଦ୍ରିକ ଜୀବମାନଙ୍କୁ ସୁରକ୍ଷିତ ରଖିବାର ସାମାଜିକ ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ହିଁ ଏହାର ମୂଳ ଲକ୍ଷ୍ୟ। ଏହି ଶିବିରରେ ରାଜ୍ୟର ଚାରିଟି ଜିଲ୍ଲାର ପାଞ୍ଚଶହରୁ ଊର୍ଦ୍ଧ୍ବ ଏନ୍ସିସି କ୍ୟାଡେଟ୍ ଯୋଗ ଦେଇଛନ୍ତି। ଏହି ପ୍ରଶିକ୍ଷଣ ଶିବିରରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ୍ର ପରିଚାଳନାରା ଜ୍ଞାନକୌଶଳ, ମାନଚିତ୍ରର ପରିଭାଷା, ଫାୟରିଂ, ପ୍ରତିବନ୍ଧକ ଦୌଡ଼, ଫାୟାର ଫାଇଟିଂ, ବିପର୍ଯ୍ୟୟ ପ୍ରଶାମନ ଆଦି ବିଷୟରେ ତାଲିମ ଦିଆଯିବ।
ଏହି ଶିବିରର ଶୁଭାରମ୍ଭରେ ଷଷ୍ଠ ଓଡ଼ିଶା ବାଟାଲିଆନର ଅଧିକାରୀ କ୍ୟାଡେଟ୍ମାନଙ୍କୁ ଦେଶ ଗଠନରେ କ୍ୟାଡେଟ୍ମାନଙ୍କ ଭୂମିକା ସମ୍ବନ୍ଧରେ ଅବଗତ ହୋଇଥିଲେ। ଚଳିତ ମାସ ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଅତିଥି ପରାମର୍ଶଦାତା କ୍ୟାଡେଟ୍ମାନଙ୍କୁ ସଡ଼କ ସୁରକ୍ଷା, ସମାଜସେବା, ରୋଗୀମାନଙ୍କର ପ୍ରାଥମିକ ଉପଚାର, ସାଇବର ଠକେଇରୁ ଦୂରେଇ ରହିବା, ଅଗ୍ନିନିର୍ବାପକ ଆଦି ବିଷୟରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା କ୍ୟାଡେଟ୍ମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ। ପ୍ରଶିକ୍ଷଣର ପରିଶେଷରେ ସଫଳ କ୍ୟାଡେଟ୍ମାନଙ୍କୁ ମାନପତ୍ର ଓ ଟ୍ରଫି ଦିଆଯିବ।