ଆରପାରିରେ ଯୁବ ସାମ୍ବାଦିକ ବିଶ୍ୱଜିତ 

କୋରାପୁଟ: ଆରପାରିରେ ଯୁବ ସାମ୍ବାଦିକ ବିଶ୍ୱଜିତ ବିଶ୍ବାଳ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିୀନ ଅବସ୍ତାରେ ଗତକାଲି ରାତି ପ୍ରାୟ ୧ଟା ୫ରେ ଦେହାନ୍ତ ହୋଇଛି। ତାଙ୍କର ଏହି ଅକାଳ ବିୟୋ‌ଗରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। କୋରାପୁଟ ଜିଲ୍ଲାର ନନ୍ଦପୁର ଅଞ୍ଚଳରେ ‘ସମ୍ବାଦ’କୁ ସେ ସୁଦରପ୍ରସାରୀ କରିପାରି ଥିଲେ। ତାଙ୍କର ବଳିଷ୍ଠ ସାମ୍ବାଦିକତା ଓ ଲିଖନୀ ଯୋଗୁଁ ନନ୍ଦପୁରରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ‘ସମ୍ବାଦ’ର ସାମ୍ବାଦିକ ବିଶ୍ୱଜିତ୍ ବିଶ୍ଵାଳ (ଟୁଲୁ)ଙ୍କ ଦେହାନ୍ତ ଖବର ନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସେ ସାମ୍ବାଦିକତା ସହ ପେଶାରେ ଜଣେ ଆଇନଜୀବୀ ରହିଥିଲେ। ନନ୍ଦପୁର ତହସିଲର ୯୦ ପ୍ରତିଶତ ତହସିଲ କାର୍ଯ୍ୟ ଯଥା, ଜମିଜମା ସଂକ୍ରାନ୍ତୀୟ, ଜାତି, ଆୟ, ରୋଜଗାର, ଜନ୍ମ ମୃତ୍ୟୁ, ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଲୋକେ କିଭଳି ସ୍ୱଳ୍ପ ଦେୟରେ ପାଇ ପାରିବେ ସବୁବେଳେ ଚେଷ୍ଟିତ ଥିଲେ। ସମାଜ ସେବା ଓ ଲୋକଙ୍କ ସମସ୍ୟା ଗୁଡ଼ିକ ଉପସ୍ଥାପନା, ରକ୍ତଦାନ, ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। ସମ୍ବାଦ ଓ ଆମ ଓଡ଼ିଶା ସହ ଦୀର୍ଘବର୍ଷ ଧରି ଅଙ୍ଗାଅଙ୍ଗି ଭାବେ ଜଡିତ ରହି ସମାଜ ସେବା କରୁଥିଲେ। ତେବେ ଅତ୍ୟନ୍ତ ଶୋକାକୂଳ ପରିବେଷରେ ଆଜି ଅପରାହ୍ନରେ ତାଙ୍କ ପୈତୃକ ବାସଭବନ ନିକଟରେ ତାଙ୍କର ଅନ୍ତେଷ୍ଟି ଶେଷ ହୋଇଛି। ପୁଅ କ୍ରିସ ମୂଖାଗ୍ନି ଦେଇଛନ୍ତି।

ତାଙ୍କର ଏହି ଅକାଳ ବିୟୋଗରେ ‘ସମ୍ବାଦ’ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ବାର୍ତ୍ତା ମହାପ୍ରବନ୍ଧକ ଅରବିନ୍ଦ ଦାସ, ମାନବସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କର, ଜୟପୁର ସଂସଙ୍କ ରଣ ମୁଖ୍ୟ ତ୍ରିନାଥ ଖାଡେଙ୍ଗା, ଜିଲ୍ଲା  ପ୍ରତିନିଧି ଶ୍ରୀକାନ୍ତ ସାହୁ, ଡେକ୍ସ ମୁଖ୍ୟ ପ୍ରଦୀପ ପ୍ରଧାନ, ଅଂଶୁମାନ ଆଚାର୍ଯ୍ୟ, ଏସ.ଅରୁଣ କୁମାର, ଆନନ୍ଦ ଓଝା, ଜ୍ଞାନଚାନ୍ଦ ଜଗନ୍ନାଥ, ସୁରେଶ ନାୟୁଡୁ, ଭେଙ୍କଟ ପ୍ରସାଦ ଦୋରା, ଦିଲ୍ଲୀ ପ ନିଶଙ୍କ, ଅକ୍ଷୟ ପଟ୍ଟନାୟକ, ପ୍ରଶାନ୍ତ ଦାସ, କ୍ଷୀରେଦ ଭୋଳ, ନବୀନ ପାଲକା, ପଙ୍କଜ ପାତ୍ର, ପିଣ୍ଟୁ ପରିଚ୍ଛା, ପ୍ରସନ୍ନ କୁମାର ମିଶ୍ର ଓ ତ୍ରିଶୁଳ ସାନ୍ତ୍ରା ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସମସ୍ତେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଧର୍ଯ୍ୟ ବାନ ହେବାକୁ କହିଛନ୍ତି। ସ୍ଥାନୀୟ ଲୋକଙ୍କ ସମେତ ପରିବାରର ବାପା ମାଆ, ୩ ଭାଇ ଦୁଇ ଭଉଣୀ, ଜ୍ବାଇଁ ସ୍ତ୍ରୀ ଓ ପୁଅ ଝିଅଙ୍କ କୋରାପୁଟ ଜିଲ୍ଲାର ସାମ୍ବାଦିକ, ସେମିଳିଗୁଡା ସାମ୍ବାଦିକ ସଙ୍ଘ, ସେମିଳିଗୁଡା ଓକିଲ ସଂଘ, କୋରାପୁଟର ବାର ଆସୋସିଏସନର କର୍ମକର୍ତ୍ତା, ନନ୍ଦପୁର ତହସିଲ କର୍ତ୍ତୃପକ୍ଷ, ରାଜନୈତିକ ବ୍ୟକ୍ତି ବିଶେଷ ଯଥା ବିଧାୟକ, ସାଂସଦ, ସମସ୍ତ ସରପଞ୍ଚ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ନନ୍ଦପୁର ବିଡ଼ିଓ, ତହସିଲଦାର, ଏସଡିପିଓ, ସରକାରୀ କର୍ମଚାରୀ, ବ୍ୟବସାୟୀଙ୍କ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର