ଆବଶ୍ୟକତା ଠାରୁ ଅଧିକ ଭାର ଯୋଗୁ ବନ୍ଦ ହେଲା ଏମ୍ସ ହସ୍ପିଟାଲ ଲିଫ୍ଟ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କଲେ ସୁରକ୍ଷା କର୍ମଚାରୀ

ଭୁବନେଶ୍ୱର:  ଆଜି ସମ୍ବାଦ ସଂଗ୍ରହ କରିବା ପାଇଁ ଏକାଧିକ ଗଣମାଧ୍ୟମ ପ୍ରତିନିଧି ଏମ୍ସ ଭୁବନେଶ୍ୱରକୁ ଆସିଥିଲେ। ଖବର ସଂଗ୍ରହ କରିସାରି ଲିଫ୍ଟ ସାହାଯ୍ୟରେ ଉପରୁ ତଳକୁ ଆସିବା ବେଳେ ଲିଫ୍ଟଟି ଆବଶ୍ୟକତା ଠାରୁ ଅଧିକ ଭାର ଯୋଗୁ ବନ୍ଦ ହୋଇ ଯାଇଥିଲା। ଲିଫ୍ଟରେ କେବଳ ଗଣମାଧ୍ୟମ ବନ୍ଧୁମାନେ ହିଁ ଥିଲେ। ନିର୍ଧାରିତ କ୍ଷମତାରୁ ଲିଫ୍ଟରେ ଯଥେଷ୍ଟ ଅଧିକ ଲୋକ ଥିଲେ। ତେଣୁ ଏହା କିଛି ସମୟ ପରେ ବନ୍ଦ ହୋଇଯାଇଥିଲା। ତେବେ ଏ ଖବର ପାଇ ତୁରନ୍ତ ଏମ୍ସ ଭୁବନେଶ୍ୱର ସୁରକ୍ଷା କର୍ମଚାରୀମାନେ ଦାୟିତ୍ବପୂର୍ଣ୍ଣ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କରିଥିଲେ।

ଏହି ଘଟଣାରେ ଜଣେ ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଯାହାକି କୌଣସି ବିପଦ ନାହିଁ ବୋଲି ଚିକିତ୍ସା ପରେ ପ୍ରକାଶ। ଏମ୍ସ ଭୁବନେଶ୍ୱର ପିଆର ସେଲ ମୁଖ୍ୟ ଅତିରିକ୍ତ ପ୍ରଫେସର ଡ଼ଃ. ପ୍ରଭାସ ରଞ୍ଜନ ତ୍ରିପାଠୀ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ତେବେ ଲିଫ୍ଟ ବ୍ୟବହାର ବେଳେ ନିର୍ଧାରିତ କ୍ଷମତାରୁ ଅଧିକ ବ୍ୟକ୍ତି ନ ଚଢ଼ିବାକୁ ଡ଼ଃ. ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଆଜିର ଘଟଣାରୁ ସମସ୍ତେ ଏହା ଶିକ୍ଷା ନେବା ଆବଶ୍ୟକ।

ସମ୍ବନ୍ଧିତ ଖବର