ଭଞ୍ଜନଗରରେ ସାମ୍ବାଦିକଙ୍କୁ ଟିକାକରଣ, ଟିକା ସହ କୋଭିଡ଼ ସର୍ତ୍ତକତା ପାଳନ ଜରୁରୀ

ଭଞ୍ଜନଗର: କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଘୋଷଣା ପରେ ଭଞ୍ଜନଗରର ସାମ୍ବାଦିକ ମାନଙ୍କୁ ଟିକା ପ୍ରଦାନ କରାଯାଇଛି। ଏଥିନେଇ ସ୍ଵତନ୍ତ୍ର ଆୟୋଜନ କରାଯାଇ ଉପଖଣ୍ଡ ଡାକ୍ତରଖାନାର କୋଭିଡ ଟୀକାକରଣ କେନ୍ଦ୍ର ଠାରେ ସାମ୍ବାଦିକଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି। ଏଥିରେ ସାମ୍ବାଦିକ ଲୋକନାଥ କର ପ୍ରଥମେ ଟିକା ନେଇଥିବା ବେଳେ ‘ସମ୍ବାଦ’ ପ୍ରତିନିଧି ବିଶ୍ବମ୍ବର ଜେନା, ଜୟକୃଷ୍ଣ ପଟ୍ଟନାୟକ,ରବିନ୍ଦ୍ର ପ୍ରଧାନ,ମନୋଜ କର, ନଚିକେତା ପ୍ରଧାନ, ଭବାନୀ ପାଳ, ରତ୍ନାକର ସାହୁ, ରଞ୍ଜନ ସ୍ବାଇଁ ପ୍ରମୁଖ ଟିକା ଗ୍ରହଣ କରିଥିଲେ।

କରୋନା ମହାମାରୀ ସମୟରେ ନିସ୍ବାର୍ଥପର ଭାବେ ନିଜ ଜୀବନକୁ ବାଜି ଲଗାଇ ତୃଣମୂଳ ସ୍ତରରୁ ଖବର ଲୋକଙ୍କ ନିକଟରେ ପହଁଞ୍ଚାଇବା ସହ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ବହୁତ ଗୁରୁତ୍ୱ ବହନ କରୁଛି। ତେଣୁ ପ୍ରଥମେ ସେମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ସାମ୍ବାଦିକ ମାନଙ୍କୁ ଟିକାକରଣ ବ୍ୟବସ୍ଥାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସ୍ୱାଗତ କରିଛନ୍ତି। ଏଥିସହ ବହୁ ସାମ୍ବାଦିକ ଖବର ସଂଗ୍ରହ ସମୟରେ ଆକ୍ରାନ୍ତ ହେବା ସହ ମୃତ୍ୟୁ ବରଣ କରୁଥିବାରୁ ଟିକା ଗ୍ରହଣ ସହ ସର୍ତ୍ତକତା ଅତି ଜରୁରୀ ବୋଲି ସେ କହିଥିଲେ।

ବିଡ଼ିଓ ଅନୀଲ କୁମାର ସେଠୀ ଉପସ୍ଥିତ ରହି କରୋନା ମୁକାବିଲାରେ ସାମ୍ବାଦିକ ମାନେ ପ୍ରଶାସନ ସହ ସବୁ ପରିସ୍ଥିତିରେ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି। ଗଣ ମାଧ୍ୟମରେ ହିଁ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରାଯାଇ କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରାଯାଇ ପାରିଥିଲା ବୋଲି କହିଥିଲେ। କୋଭିଡ଼ ପରିଚାଳନାରେ ଗଣ ମାଧ୍ୟମ ଲୋକଙ୍କୁ ଆବଶ୍ୟକୀୟ ସୂଚନା ଦେବା ସହ ଅଭାବ ଅସୁବିଧା ସମସ୍ୟା ସଂର୍ପକରେ ଖବର ପ୍ରକାଶ କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି। ବର୍ତ୍ତମାନ ପରିସ୍ଥିତି ରେ ବହୁ ସାମ୍ବାଦିକ କରୋନା ରେ ଆକ୍ରାନ୍ତ ହୋଇ ଅଦିନରେ ମୃତ୍ୟୁବରଣ କରୁଥିବାରୁ ଅଧିକା ସର୍ତ୍ତକତାର ଆବଶ୍ୟକତା ରହିଛି। ଏହି ଅବସରରେ ଉପଜିଲ୍ଲାପାଳ ଏବଂ ବିଡ଼ିଓଙ୍କ ସମେତ ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସମେତ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର