ଶ୍ରୀମନ୍ଦିରରେ ଅଘଟଣ, ସୁଆରଙ୍କ ମାଡରେ ଜେଟିପି ଗୁରୁତର

ପୁରୀ: ଶ୍ରୀମନ୍ଦିରରେ ସୋମବାର ଅଘଟଣ ଘଟିଛି। ଶ୍ରୀଜିଉଙ୍କ ପାଇଁ ଆସୁଥିବା ଭୋଗ ବାଟରେ ମହାପ୍ରାସାଦ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଜେଟିପି ବାରଣ କରିଥିଲେ। ତେବେ ଜେଟିପି କାହିଁ ଏପରି ମହାପ୍ରାସାଦ ବିକ୍ରିକୁ ବାରଣ କଲେ ବୋଲି ସୁଆରମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ଗଣ୍ଡଗୋଳରେ ସୁଆର ନରସିଂହ ପଣ୍ଡାଙ୍କ ଆକ୍ରମଣରେ ଜେଟିପି ରାଜକିଶୋର ପଣ୍ଡା ଗୁରୁତର ଆହତ ହୋଇଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅଭିଯୋଗ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର