ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଇଲାକାରେ ମହାଲକ୍ଷ୍ମୀ ଜୁଏଲର୍ସରୁ ୨୦୨୨ ଡିସେମ୍ବର ୧୫ ତାରିଖ ରାତ୍ରିରେ ସଙ୍ଘଠିତ ହୋଇଥିବା ମହାଲକ୍ଷ୍ମୀ ଜୁଏଲାରିରେ ଡ଼କାୟତି ଗ୍ୟାଙ୍ଗ ଜୁଏଲାରିରେ ପଶି ମାଲିକ ପି. ପ୍ରଭାକର ପାତ୍ରଙ୍କୁ ହତ୍ୟା ଉଦ୍ୟମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ସମସ୍ତ ୧୨ସାକ୍ଷୀଙ୍କ ପ୍ରମାଣ ଆଧାରରେ ଆଜି ଆସିକା ଏଡିଜେ ପ୍ରବୀର କୁମାର ଚୌଧୁରୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ରେଡ଼ିକା ସାହିର ଗଣେଶ ଦାସ, ଲଲାଗୋର୍ଜି ଛକର ଦିଲ୍ଲୀପ ସାହୁ, କଳିଙ୍ଗ ରୋଡ଼ର ରବୀନ୍ଦ୍ର ସ୍ଵାଇଁ, ଓ ଲଚମନ ପଲ୍ଲୀର ବିନୋଦ ନାହାକ ଏନଏସି କଲୋନିର ଚିଣ୍ଟୁ ଜେନାକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟରେ ଅଧିକ ଚାରିମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ରେଡ଼ିକା ସାହିର ସନ୍ୟାସୀ ମୁନୀ ଓ ଲଚମନ ପଲ୍ଲୀର ଭରତ ସାହୁ ଏହି ମାମଲାରେ ନିର୍ଦୋଷରେ ଖଲାସ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଏ ପି ପି ସୁଧାଂଶୁ କୁମାର ପଣ୍ଡା ଓ ଜି ସୂର୍ଯ୍ୟ ପ୍ରକାଶ ରାଓ ମାମଲା ପରିଚାଳନା କରୁଥିଲେ।
ତଦନ୍ତକାରୀ ଅଧିକାରୀ ତଥା ପ୍ରାକ୍ତନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ତଦନ୍ତ ସହିତ ଠିକ ସମୟରେ ଚାର୍ଜସିଟ ଦାଖଲ କରିବା କାରଣରୁ ୧୦ ମାସ ମଧ୍ୟରେ ବିଚାରଣ ଶେଷ ହୋଇ ରାୟ ପ୍ରକାଶ ପାଇଛି। ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ କାରଣରୁ ଘଟଣା ଘଟିବା ପରେ ପୁଲିସ ସମସ୍ତ ସାତ ଅଭିଯୁକ୍ତକୁ କାବୁ କରିଥିଲା। ଅତି ଚତୁରତାର ସହିତ ନୂଆବର୍ଷ ପୂର୍ବରୁ ଏକ ବିରାଟ ଯୋଜନା କରି ଆସିକା ଏନଏସି ଅନ୍ତର୍ଗତ ରେଡ଼ିକା ସାହି, ଲଛମନ ପଲ୍ଲୀ, କଳିଙ୍ଗ ରୋଡ଼, ଲାଲାଗୋର୍ଜି ଛକର ସାତ ଅଭିଯୁକ୍ତ ମିଳିତ ଭାବେ ଏକତ୍ରିତ ହୋଇ ଆସିକାର ଏହି ସୁନା ଦୋକାନକୁ ଟାର୍ଗେଟ କରି କିଛିଦିନ ଆଗରୁ ଯୋଜନା ଆରମ୍ଭ କରିଥିଲେ।
ଯୋଜନା ଥିଲା ଦୋକାନରୁ ସୁନା ଲୁଟ କରି ସେ ସବୁକୁ ହାଇଦ୍ରାବାଦରେ ବିକ୍ରି କରି ସେଠାରୁ ମାଲେସିଆ କିମ୍ବା ସିଙ୍ଗାପୁର ଫେରାର ହେବା। ଯୋଜନା ଏତେ ଚତୁରତାର ସହିତ କରାଯାଇଥିଲା ଯେ ଏହି ଘଟଣାର ପର୍ଦାଫାସ କରିବାକୁ ବହୁ ପରିଶ୍ରମ କରିବାକୁ ପଡିଥିଲା। ଦୋକାନରୁ ବିରାଟ ଡକାୟତିର ଯୋଜନା କରି ଯାଇଥିବା ସମସ୍ତ ଅଭିଯୁକ୍ତ ସେଠାରୁ ଲୁଟ ପରେ ରେଡ଼ିକା ସାହି ସାଇ ମନ୍ଦିର, ସୁନାମ୍ବ ସାହିରୁ ମଙ୍ଗଳପୁର ଦେଇ ଧରାକୋଟ ଯାଇ ସେଠାରୁ ଫେରାର ହୋଇ ଯାଇଥିଲେ। ଘଟଣା ପରେ ପୁଲିସ ସିସିଟିଭି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ପରେ ସମସ୍ତ ହାର୍ଡକୋର ଲୁଟେରାଙ୍କ ତଥ୍ୟ ବାହାର କରି ସାଇଣ୍ଟଫିକ ପଦ୍ଧତିରେ ତଦନ୍ତକୁ ଆଗକୁ ବଢ଼ାଇଥଲା। ପ୍ରଥମେ ପୁଲିସ ଗଣେଶ ଓ ଦିଲ୍ଳୀପକୁ ଅଟକ ରଖି ପଚାରାଉଚରା ବେଳେ ସମଗ୍ର ଘଟଣାର ଖିଅ ପଦାକୁ ଆସିଥିଲା। ପୁଲିସ ସମସ୍ତ ସାତ ଅଭିଯୁକ୍ତକୁ କାଲି ଗିରଫ କରି ଆସିକା ସବ ଜେଲକୁ ପଠାଇଥିଲା। ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସହିତ ଏସଆଇ ବିଶ୍ଵଜିତ ନାୟକ କନେଷ୍ଟବଳ ମୁକ୍ତି ପ୍ରଧାନ, ନିର୍ମଳ ତରାଇ, ମନୋଜ ଗୌଡ଼ ଓ ପଞ୍ଚାନନ ବିଷୋୟୀକୁ ନେଇ ଗଠିତ ଟିମ ସମସ୍ତ ଅଭିଯୁକ୍ତକୁ କାବୁ କରିଥିଲେ।
ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସହିତ ଏସ ଆଇ ବିଶ୍ଵଜିତ ନାୟକ କନେଷ୍ଟବଳ ମୁକ୍ତି ପ୍ରଧାନ, ନିର୍ମଳ ତରାଇ, ମନୋଜ ଗୌଡ଼ ଓ ପଞ୍ଚାନନ ବିଷୋୟୀକୁ ନେଇ ଗଠିତ ଟିମ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ସେମାନଙ୍କ ଠାରୁ ସେହିଦିନ ଲୁଟ କରିଥିବା ଗୋଟିଏ ସୁନା ଚେନ ଗୋଟିଏ ବ୍ରେସଲେଟ ଓ ତିନୋଟି ମୁଦି ସହିତ ତିନୋଟି ବାଇକ ୧୪ଟି ମୋବାଇଲ ଗୋଟିଏ ମାଉଜର, ଛଅଟି ଜୀବନ୍ତ ଗୁଳି ତିନୋଟି କାତି ଓ ଛୁରୀ ଜବତ କରିଛି। ରେଡ଼ିକା ସାହିର ଗଣେଶ ଦାସ, ଲଲାଗୋର୍ଜି ଛକର ଦିଲ୍ଲୀପ ସାହୁ କଳିଙ୍ଗ ରୋଡ଼ର ରବିନ୍ଦ୍ର ସ୍ଵାଇଁ, ଓ ଲଚମନ ପଲ୍ଲୀର ବିନୋଦ ନାହାକ ଏନଏସି କଲୋନୀର ଚିଣ୍ଟୁ ଜେନା ରେଡ଼ିକା ସାହିର ସନ୍ୟାସୀ ମୁନୀ ଓ ଲଚମନ ପଲ୍ଲୀର ଭରତ ସାହୁ ନାମରେ ପୁଲିସ ମାମଲା ରୁଜୁ କରିଥିଲା।
ସୁନା ବ୍ୟବସାୟୀ ପି. ପ୍ରଭାକର ପାତ୍ରଙ୍କ ଝିଅ କରୀନା ପାତ୍ରଙ୍କ ଅଭିଯୋଗକୁ ନେଇ ଥାନା ଆସିକା ଥାନାରେ କେସ ନମ୍ବର ୯୦୮/୨୨ ରୁଜୁ ହୋଇଥିବା ବେଳେ ଆସିକା ଏଡିଜେ କୋର୍ଟରେ ମାମଲାଟି ୧୫/୨୩ ରେ ବିଚାରଣ ଆରମ୍ଭ ହୋଇଥିଲା।