କଟକ: ଜଣେ ଠିକାଦାରଙ୍କ ଠାରୁ ୩୦ ହଜାର ୧୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଜିଲ୍ଲାର ନିଆଳି ଗ୍ରାମ୍ୟ ପାନୀୟ ଓ ଜଳଯୋଗାଣ ବିଭାଗର କନୀଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ମଙ୍ଗଳବାର ଧରାପଡ଼ିଛନ୍ତି। ଅଭିଯୁକ୍ତ କନୀଷ୍ଠ ଯନ୍ତ୍ରୀ ହେଲେ ବିଦୁଲତା ରାଉତ। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍‌ଣ ୧ଟା ୫୦ରେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି।

Advertisment

ରିପୋର୍ଟ ଅନୁସାରେ ଠିକାଦାର ମହମ୍ମଦ ମୋଜାମିଲ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ୪୩ଟି ଶୌଚାଳୟ ନିର୍ମାଣ କରିଥିଲେ। ଏଥି ପାଇଁ ସେ ୫ ଲକ୍ଷ ୧୬ ହଜାର ଟଙ୍କାର ଏକ ବିଲ ଲଗାଇଥିଲେ ଏବଂ ଏହି ବିଲ ପାସ କରିବା ପାଇଁ ଗ୍ରାମ୍ୟ ପାନୀୟ ଓ ଜଳଯୋଗାଣ ବିଭାଗର କନୀଷ୍ଠ ଯନ୍ତ୍ରୀ ବିଦୁଲତାଙ୍କ ସହିତ କଥା ହୋଇଥିଲେ। ବିଲ ପାସ୍‌ କରିଦେବାକୁ ବିଦୁଲତା ଠିକାଦାର ମହମ୍ମଦ ମୋଜାମିଲଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କନୀଷ୍ଠ ଯନ୍ତ୍ରୀଙ୍କ ପ୍ରସ୍ତାବକୁ ଠିକାଦାର ରାଜି ହୋଇ ପାନେ ଦେବାକୁ ମନସ୍ଥ କରିଥିଲେ। ଏହା ପରେ ମହମ୍ମଦ ମୋଜାମିଲ ଘଟଣା ସଂପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ଅନୁସାରେ ଆଜି ଅପରାହ୍‌ଣରେ ଟଙ୍କା ଲାଞ୍ଚ ନେବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବିଦୁଲତାଙ୍କ ଠାରୁ ଲାଞ୍ଚ ଟଙ୍କା ମିଳିଛି।