ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୨୦୧୨-୧୩ରେ ନିଯୁକ୍ତି ପାଇଥିବା ୨ ଶହରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏଯାବତ ନିୟମିତ ହୋଇପାରିନାହାନ୍ତି। ସେହିପରି ୩୧୧ରୁ ଅଧିକ ଏମଏଲଇ(ଏସଏସ) ନିୟମିତ ହେବାକୁ ଅପେକ୍ଷା କରିଛନ୍ତି । ୨୦୧୫ରେ ନିଯୁକ୍ତି ପାଇଥିବା ୪ ଶହରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ନିୟମିତ ହେବା ସମୟରେ ପହଞ୍ଚିସାରିଛନ୍ତି । ମାତ୍ର ଏଯାବତ ନିୟମିତ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ଏନେଇ ସ୍ଥାନୀୟ ପୌରପରିଷଦରେ ଥିବା ମୟୂରଭଞ୍ଜ ଶିକ୍ଷକ ଭବନ ପରିସରରେ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକରୁ ବରିଷ୍ଠ ଶିକ୍ଷକକୁ ପଦୋନ୍ନତି ପାଇବା ପାଇଁ ଅପେକ୍ଷାରେ ଥିବା ଏସଏସ ଏବଂ ଏମଏଲଇ(ଏସଏସ)ମାନଙ୍କ ଉପରେ ବିଧିବଦ୍ଧ ଭାବେ ଆଲୋଚନା କରାଯାଇଥିଲା ।
ସଂଘ ପକ୍ଷରୁ କନିଷ୍ଠ ଶିକ୍ଷକମାନଙ୍କୁ ଅବିଳମ୍ବେ ନିୟମିତ ଶିକ୍ଷକ କରାଇବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗୃହୀତ ହୋଇଥିଲା। ସଂଘର ନିଷ୍ପତ୍ତି କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ମର୍ମରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଆଜିର ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତ, ରାଜେଶ କୁମାର ପୃଷ୍ଟି, ସମ୍ପାଦକ ପ୍ରବୀଣ କୁମାର ମହାନ୍ତ, କୋଷାଧ୍ୟକ୍ଷ ଅନୁଜ କୁମାର ମହାନ୍ତ, ରଣଜିତ କୁମାର ମୁଖାର୍ଜୀ, ରାଜେନ୍ଦ୍ର କୁମାର ନାଏକ, ମୁନାରାମ ସିଂ, ଲଳିତ ନାରାୟଣ ମହାନ୍ତ, ସୁଦୀପ ପାଲଟା, ଜନ୍ମେଜୟ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତ, ବିନୋଦ ବିହାରୀ ବେହେରା, ସଂଘର ଉପଦେଷ୍ଟା ହରେକୃଷ୍ଣ ବାରିକ, ଶ୍ୟାମଳ କୁମାର ମହାନ୍ତି, ବ୍ୟୋମକେଶ ଦତ୍ତ, ଜାମିନୀକାନ୍ତ ପଣ୍ଡା, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ରାଜେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Teacher-Photo.jpg)