କଟକ: ସାହିତ୍ୟ ପଢିବାର ଅସୀମ ଇଚ୍ଛା ହିଁ ଜଣେ ସଫଳ ଛାତ୍ରର ପରିଚୟ । ସର୍ବଦା ପଢ଼ିବାର ଭୋକ ମନରେ ରହିବା ଆବଶ୍ୟକ । ଯେପରି ପେଟକୁ ଆହାର ଦରକାର ସେହିପରି ମଣିଷ ସମାଜ ପାଇଁ ଜ୍ଞାନର ଭୋକ ବୃଦ୍ଧି ହେବା ଆବଶ୍ୟକ । ତେବେ ଯାଇ ମାନବ ସମାଜରେ ଜ୍ଞାନର ପରିସୀମା ବ୍ୟାପ୍ତ ହୋଇ ପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ୧୦୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଇଂରାଜୀ ସାହିତ୍ୟ ଉପରେ ବିସ୍ତୃତ ଭାବରେ ବୁଝାଇଛନ୍ତି । ଏହାସହ ନିୟମିତ ଅନୁସାରେ ପାଠ ପ୍ରତି ଧ୍ୟାନ ଦେବା ଓ ବାରମ୍ବାର ଅନୁଶୀଳନ କରିବା ମଧ୍ୟ ଏକ ବିଦ୍ୟାର୍ଥୀର କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।
ତେବେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ପୁର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର । ଏହାସହ କୁଳପତି,ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ, ଅନ୍ୟାନ୍ୟ ଇଂରାଜୀ ସାହିତ୍ୟ ବିଶାରଦ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।