ରାଇରଙ୍ଗପୁର: ଓଡ଼ିଶା ରାଜ୍ୟ ଖଣିଜ ଦ୍ରବ୍ୟ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡିସି) ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଉଚ୍ଚତମ ନ୍ୟାୟଳୟର ଅବସରପ୍ରାପ୍ତ ଜଷ୍ଟିସ ଏ.କେ ପଟ୍ଟନାୟକଙ୍କ ନେତୃତ୍ୱରେ ଦଶଜଣିଆ ଟିମ ସଦସ୍ୟ ଦଳ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଓମ୍ବାଡିସିର ପର୍ଯ୍ୟବେକ୍ଷକ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୋଖରୀଆ ଗ୍ରାମ ଠାରେ ୧୯୩.୭୩ କୋଟି ଟଙ୍କା ଅର୍ଥ ବିନିମୟରେ ନିର୍ମିତ ମେଗା ଜଳସେଚନ ପ୍ରକଳ୍ପ ରାଇରଙ୍ଗପୁର ସହରାଞ୍ଚଳର ୱାର୍ଡ ନଂ ୩, ୫ ଓ ୬ ସମେତ ତିନି ୱାର୍ଡରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସହିତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।

Advertisment

publive-image Sambad

ଓମ୍ବାଡିସିର ପର୍ଯ୍ୟବେକ୍ଷକ ଗସ୍ତରେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ବିନୀତ ଭରଦ୍ଵାଜ ଏବଂ ରାଇରଙ୍ଗପୁର ଉପଖଣ୍ଡର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ସମେତ ମୟୁରଭଞ୍ଜ ଜିଲ୍ଲା ଏବଂ ରାଇରଙ୍ଗପୁର ସବ ଡିଭିଜନର ବିଭିନ୍ନ ପଦାଧିକାରୀ ଓ ଯନ୍ତ୍ରୀ ସାମିଲ ଥିଲେ।