ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ବିରେଶ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ଆଜି ୩ଟି କର୍ମକର୍ତ୍ତା ପଦବୀ ପାଇଁ ୬ଜଣ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା। ୪୧୮ଜଣ ମତଦାତାଙ୍କ ମଧ୍ୟରୁ ୩୯୧ଜଣ ୨ଟି ବୁଥରେ ଭୋଟଦେଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ ଶଶାନନ୍ଦ ମିଶ୍ର। ସଭାପତି ପ୍ରାର୍ଥୀ ବିରେଶ କୁମାର ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରବିନ୍ଦ୍ର କୁମାର ପାତ୍ରଙ୍କ ଠାରୁ ୨୪ଖଣ୍ଡ ଭୋଟ ଅଧିକା ପାଇ ଜିତିଛନ୍ତି। ବିରେଶ ୨୦୭ଖଣ୍ଡ ଭୋଟ ପାଇଥିବା ବେଳେ ରବିନ୍ଦ୍ର ୧୮୩ଖଣ୍ଡ ଭୋଟ ପାଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଛି। ଉପସଭାପତି ପ୍ରାର୍ଥୀ ସହଦେବ ପଟ୍ଟନାୟକ ତାଙ୍କ ନିକଟତମ ପ୍ରାର୍ଥୀ ଗୋକୁଳ ସୂର୍ଯ୍ୟଙ୍କ ଠାରୁ ୪୦ଖଣ୍ଡ ଅଧିକା ଭୋଟ ପାଇ ଜିତିଛନ୍ତି। ସହଦେବ ୨୧୫ଖଣ୍ଡ ଭୋଟ ପାଇଥିବା ବେଳେ ଗୋକୁଳ ୧୭୫ ଖଣ୍ଡ ଭୋଟ ପାଇଥିଲେ ଏବଂ ଗୋଟିଏ ନାକଚ ହୋଇଥିଲା। ସଂପାଦକ ପ୍ରାର୍ଥୀ ଶରତ କୁମାର (ପିଣ୍ଟୁ) ମାଝୀ ତାଙ୍କ ନିକଟତମ ପ୍ରାର୍ଥୀ ଆନନ୍ଦ ରଥଙ୍କ ଠାରୁ ୨୨ଖଣ୍ଡ ଅଧିକା ଭୋଟ ପାଇ ଜିତିଛନ୍ତି। ଶରତ ୨୦୫ଖଣ୍ଡ ଭୋଟ ପାଇଥିବା ବେଳେ ଆନନ୍ଦ ୧୮୩ଖଣ୍ଡ ଭୋଟ ପାଇଥିଲେ ଏବଂ ୩ଖଣ୍ଡ ଭୋଟ ନାକଚ ହୋଇଥିଲା ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି।
ବିଭିନ୍ନ ପଦବିରେ ନିର୍ଦ୍ବନ୍ଦରେ କୋଷାଧ୍ୟମ ଭାବେ ଗିରିଧର ଖରା, ଯୁଗ୍ମ ସଂପାଦକ ପି.ସନ୍ୟାସୀ ରାଓ, ସହକାରୀ ସଂପାଦକ ରାଜେନ୍ଦ୍ର କୁମାର ମାଦଳା, ଲାଇବ୍ରେରୀ ସଂପାଦକ ସୁରେଶ କୁମାର ହଡ଼ପ, ସହକାରୀ ଲାଇବ୍ରେରୀ ସଂପାଦକ ଶ୍ରୀଚନ୍ଦନ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସନ୍ତୋଷ କୁମାର ସାମଲ, ପ୍ରପୁଲ୍ଲ କୁମାର ଦାଶ, ପୁଷ୍ପାଂଜଳୀ ସାହୁ, ଧର୍ମେନ୍ଦ୍ର କୁମାର ଜେନା,ପ୍ରତ୍ୟୁଷ ପଟ୍ଟନାୟକ, ଶିବାନନ୍ଦ ମିଶ୍ର ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ ପରିଚାଳନାରେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନଟେନ୍ଦ୍ର ନାଥ ନାୟକ, ଦିନେଶ ନନ୍ଦ, ପି.ଇଶ୍ବର ରାଓ, ସୁଧାଂଶୁ ଶେଖର ମିଶ୍ର, ହେମନ୍ତ ଷଡଙ୍ଗୀ, ରବିନ୍ଦ୍ର କୁମାର ପଣ୍ଡା, ଆରତୀ ମହାନ୍ତି, ଗୋପବନ୍ଧୁ ସାନ୍ତ୍ରା, ବୃନ୍ଦାବନ ପାଢ଼ୀ, ତ୍ରିନାଥ ବିଶ୍ବାସ ରାୟ, ତ୍ରିନାଥ ସିଂଲାଲ, ଲୋକନାଥ ମିଶ୍ର, ଦିବାକର ଗୌଡ଼, ଗୁପ୍ତ ପ୍ରସାଦ ଗନ୍ତାୟତ, ଜ୍ୟୋତିରଂଜନ ପୁଜାରୀ ସହଯୋଗ କରିଥିଲେ। ଆସନ୍ତାକାଲି ବିଞପ୍ତି ପ୍ରକାଶ ପାଇବା ପରେ ଏପ୍ରିଲ ପ୍ରଥମ ସପ୍ତାହରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/jpr-bar-elction-office-berers-meet-district-judge-1.jpg)