ରାୟଗଡା: ଉତ୍କଳ ଦିବସ ଅବସରରେ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜାତୀୟତାବୋଧ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଏହି ଆସରରେ  ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଶିକ୍ଷାବିତ ତଥା ସ୍ତମ୍ଭକାର ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି, କବି ତଥା ପଞ୍ଚବଟିର ସମ୍ପାଦକ ସୁଶାନ୍ତ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ଓଡିଶା ଦିବସର ଗାରିମାମୟ ଅଧ୍ୟାୟକୁ ବିଶଦ ଭାବେ ନିଜ ବକ୍ତବ୍ୟରେ  ଆଲୋଚନା କରିଥିଲେ। ପରେ ପ୍ରଫୁଲ କୁମାର ପାଢୀ, ବିମଳ ଚାନ୍ଦ ପଟ୍ଟନୟକ, ଶ୍ରୀଧର ପଟ୍ଟନାୟକ ଏବଂ କଲ୍ୟାଣୀ ସାସମଲଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା।

Advertisment

ଏଥିରେ କବି ସୁଶାନ୍ତ କୁମାର ନାୟକ, ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ବିମଳ ଚାନ୍ଦ ପଟ୍ଟନୟକ, ଆଶୁତୋଷ ପାତ୍ର, ଶ୍ରୀଧର ପଟ୍ଟନାୟକ, ପ୍ରଫୁଲ ପାଢ଼ୀ, ପ୍ରଶାନ୍ତି ସାହୁ, ଜୟଦେବ ସିଠ, କଲ୍ୟାଣୀ ସାସମଲ, ରାଜଲକ୍ଷ୍ମୀ ଦେବୀ, ପ୍ରତିମା ମିଶ୍ର , ନିଳାଞ୍ଚଳ ମିଶ୍ର, ପ୍ରଣତି ପାତ୍ର, ବିପିନ ବିହାରୀ ବିଶ୍ବାଳ, ନିଳାମ୍ବର ମିଶ୍ର,  ପ୍ରଦୀପ ନାୟକ, ଉଦୟ ଚନ୍ଦ୍ର ନାୟକ , ବିନୋଦ ଚନ୍ଦ୍ର ପଣ୍ଡା, ବ୍ରଜ ସୁନ୍ଦର ନାୟକ, ନୀଳମଣି ପଟ୍ଟଯୋଶୀ, ସସ୍ମିତା ମିଶ୍ର, ପଦ୍ମିନୀ ମିଶ୍ର, ଏମ୍‌ ମୁରଲୀ କ୍ରିଷ୍ଣା, ଏସ୍‌ ଆଶାଲତା, ଇଃ. ତେଜଶ୍ବରୀ,  କୁନା ମହାପାତ୍ର, ରମେଶ ଟାକରୀ, ସଦାଶିବ ରାଜଗୁରୁ, ଅରୁଣ କୁମାର ଲେଙ୍କା, ମଞ୍ଜୁଶ୍ରୀ ମୁଖାର୍ଜୀ, ଅଖିଲେଶ୍ ପଟ୍ଟନାୟକ, ବାସନ୍ତୀପ୍ରିୟା ନାୟକ ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ, ସ୍ତମ୍ଭକାର ଦ୍ବିତୀ ଚନ୍ଦ୍ର ସାହୁ, ଅଜିତେଶ ପଟ୍ଟନାୟକ ସମେତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।