ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ବ କବିତା ଦିବସ

ରାଇରଙ୍ଗପୁର: ରାଇରଙ୍ଗପୁର ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ସ୍ଥାନୀୟ ଲିଟିଲ୍ ଫ୍ଲାୱାର ସ୍କୁଲ ସଭାଗୃହରେ ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ବିଶ୍ବ କବିତା ଦିବସ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସମବେତ କଣ୍ଠରେ ଗାନ କରାଯାଇଥିଲା। ତତ୍ପରେ ସମ୍ପାଦକ ଡଃ. ଦିଗମ୍ବର ଗିରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଆଜିର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଉପ-ସଭାପତି ରଞ୍ଜନ କୁମାର ନନ୍ଦଙ୍କ ସୁନ୍ଦର ସଂଯୋଜନାରେ ସ୍ବରଚିତ କବିତା ଆସର ଆନୁଷ୍ଠିତ ହୋଇଥିଲା ସେଥିରେ କବି ତିମିର ରଞ୍ଜନ ପଣ୍ଡା, ନିରୁପମା କବି, ଡଃ. ଦିଗମ୍ବର ଗିରି, କାଳିପ୍ରସନ୍ନ ମହାନ୍ତି, ଅଧ୍ୟାପକ ବିଜୟ ରାମ, ଇଂ. ଗଙ୍ଗାଧର ମହାନ୍ତ, ପୁଷ୍ପଲତା ମହାନ୍ତି, ଅଧ୍ୟାପକ ମାନସ କୁମାର ପରିଡା, କୌଶିକ କାଶ୍ୟପ ମହାନ୍ତି, ଯୋଗେନ୍ଦ୍ର ନାଥ ନନ୍ଦୀ, ଗୋପାଳ କୃଷ୍ଣ ମହାନ୍ତି, ଜିଏସ ରଜତ ଦଳେଇ, ରଞ୍ଜନ କୁମାର ନନ୍ଦ, ଈଶ୍ବର କୁମାର ବେହେରା ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସହ ସମ୍ପାଦକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର