ପୌର ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ କବିତା ମାହୁନ୍ତ

ମାଲକାନଗିରି: ଆଜି ଥିଲା ମାଲକାନଗିରି ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର କବିତା ମାହୁନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡିର ସୁପ୍ରିମୋ ନବୀନ ପଟନାୟକ ପୌର ପରିଷଦ ଉପାଧ୍ୟକ୍ଷ ପଦବୀ ପାଇଁ କବିତାଙ୍କ ନାମରେ ବନ୍ ଲଫାପା ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ପ୍ରଦୀପ ମାଝୀଙ୍କ ହାତରେ ପଠାଇଥିଲେ। ଆଜି ବିଜେଡିର ସମସ୍ତ କର୍ମୀ, ପୌର ପରିଷଦର ବିଜୟୀ କାଉନସିଲର ମାନଙ୍କୁ ନେଇ ବୈଠକ ହେବା ପରେ ଶ୍ରୀ ମାଝୀ କବିତାଙ୍କ ନାମକୁ ଘୋଷଣା କରିଥିଲେ। ପୌର ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡି ତରଫରୁ କବିତା ମାହୁନ୍ତ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିରୋଧୀ ଦଳ ପକ୍ଷରୁ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ତେଣୁ ସମୟ ସରିବା ପରେ କବିତାଙ୍କୁ ପାଧାଧ୍ୟକ୍ଷା ବୋଲି ଘୋଷଣା କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ପୌର ନିର୍ବାଚନରେ ବିଜେଡି ୧୪ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୫ଟି ୱାର୍ଡରେ ବିଜୟୀ ହୋଇଥିଲା। ତେବେ କିଏ ଉପାଧ୍ୟକ୍ଷ ପଦବୀ ପାଇବେ ସେନେଇ କଳ୍ପନାଜଳ୍ପନା ଚାଲିଥିଲା। ଶେଷରେ ସୁପ୍ରିମୋ ନବୀନ ପଟନାୟକ କବିତାଙ୍କ ନାମକୁ ଘୋଷଣା କରିଥିଲେ। ଆଜି ଅନୁଷ୍ଠିତ ନିର୍ବାଚନରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାଧାରଣ ସଂପାଦକ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ପାରାଧ୍ୟକ୍ଷ ମନୋଜ ବାରିକ, ସାଧାରଣ ସଂପାଦକ ଗୋପାଳ ପଣ୍ଡା, ବରିଷ୍ଠ କର୍ମୀ ଧନୁର୍ଯ୍ୟୟ ମାଡକାମୀ, ସାଂସଦ ପ୍ରତିନିଧି ବି. କାମେଶ୍ବର ରାଓ, କଣ୍ଟେଶ୍ବର ପାଟଲା, ଶ୍ରୀନିବାସ ରାଓ, ଶ୍ରୀନିବାସ ରାଓ, କେ ରାହୁଲ, ରବୀ ରାଜେଶ, ଲୋଚନା ରାଓ ସମେତ ୧୪ଟି ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର