ବାରିପଦା: ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ବାରିପଦାସ୍ଥିତ ଏମ୍ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ଡଃ. ନୀଳକଣ୍ଠ ମିଶ୍ରଙ୍କ ତତ୍ତ୍ବାବଧାନରେ ଏବଂ କବି ପ୍ରାଧ୍ୟାପକ ସୁନୀଲ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କବି ମନୋଜ ଦଳବେହେରା, ସୁଶ୍ରୀ କାବେରୀ ମିଶ୍ର, ଶରତ ଚନ୍ଦ୍ର ନାୟକ, ଡଃ. ଶାନ୍ତିଲତା ଆଚାର୍ଯ୍ୟ, ଡଃ. କୁମାର ବାବୁଲି, ଶଙ୍କର ଜେନା, ଡଃ. ଶଶିଧର ବିଶ୍ବାଳ, ଡଃ. ଅସୀମା ସାହୁ, ଅଧ୍ୟାପକ ସମରେନ୍ଦ୍ର କୁମାର ବଶା, ପ୍ରିୟନାଥ ପାଣି, ରୁଦ୍ରରଂଜନ ଶେଜପଡ଼ା, ନିରୋଦ ସୁନ୍ଦର ଜେନା, ଅଜିତ କୁମାର କବାଟ, ଆଶିଷ କୁମାର ବଶା, ସତୀଶ ଚନ୍ଦ୍ର ବେହେରା, ଅଜୟ କୁମାର ପାଳ, ଜୟନ୍ତ କୁମାର ଦ୍ବାରୀ, ଅଜିତ କୁମାର ପାଣିଗ୍ରାହୀ, ଲିପିକା ଦାସ ଓ ଗୋପାଳ ଚନ୍ଦ୍ର ସାଓ ସ୍ବରଚିତ କବିତା ପାଠ କରି ଦେଶପ୍ରେମର ବାର୍ତ୍ତା ଦେଇଥିଲେ।
/sambad/media/post_attachments/wp-content/uploads/2022/08/WhatsApp-Image-2022-08-16-at-6.45.07-PM.jpeg)
କବି ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ମର୍ମର କବିତା ଉପସ୍ଥିତ ଥିବା ଜିଲ୍ଲାର ସାହିତ୍ୟାନୁରାଗୀ ମାନଙ୍କୁ ବିମୋହିତ କରିଥିଲା। ଏହି ଅବସରରେ ଏମ୍ପିକେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଆକର୍ଷଣୀୟ ଦେଶାତ୍ମବୋଧକ ପାରମ୍ପରିକ ଝୁମର ଓ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। କବିତା ପାଠ ଉତ୍ସବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ପଦ୍ମନାଭ ସାହୁଙ୍କ ଦ୍ବାରା ପରିଚାଳିତ ହୋଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ, ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଅଜିତ ପାତ୍ର ଧନ୍ୟବାଦ ଦେଇଥିଲେ।