ବାରିପଦା: ବାରିପଦାରେ ସାମାଜିକ ଦୂରତା ନିୟମ ପାଳନକୁ କଡ଼ାକଡ଼ି କରାଯାଇଛି। ଆଜି ସ୍ଥାନୀୟ କଚେରୀ ମାର୍କେଟ୍ରେ ପରିବା କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ସେଠାରେ ସାମାଜିକ ଦୂରତା ନିୟମ ଉଂଲଘନ ହେଉଥିବା ଦେଖି ଖୋଦ୍ ଏସ୍ପି ସ୍ମିତ୍ ପି ପରମାର୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ନିୟମକୁ ଉଂଲଘନ କରୁଥିବା ଗ୍ରାହକମାନଙ୍କୁ ଘଉଡ଼େଇବା ସହିତ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କଚେରୀ ମାର୍କେଟ୍କୁ ଏକପ୍ରକାର ଖାଲି କରିଦେଇଥିଲେ ଏସ୍ପି। ଏହି ଅବସରରେ ୨ଟି ମାମଲା ରୁଜୁ କରାଯାଇ ୪ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ବ୍ୟବସାୟୀମାନେ ସାମାଜିକ ଦୂରତାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଉଛି। ଏନେଇ ଏକାଧିକ ଦୋକାନ ବନ୍ଦ କରାଯିବା ସହିତ ବ୍ୟବସାୟୀଙ୍କୁ ଗିରଫ ମଧ୍ୟ କରାଯାଇଛି। ତଥାପି ଆଜି କଚେରୀ ମାର୍କେଟ୍ରେ ଚିରାଚରିତ ଢଙ୍ଗରେ ଭିଡ଼ ହୋଇଥିବା ପୁଲିସ୍ ପକ୍ଷରୁ ପ୍ରକାଶ। ତେଣୁ ନିଜେ ଏସ୍ପି ପୁଲିସ୍ ଅଧିକାରୀଙ୍କ ସହାୟତାରେଏହି ମାର୍କେଟ୍କୁ ଖାଲି କରିଥିଲେ।
/sambad/media/post_attachments/wp-content/uploads/2020/04/Vacant-Kacheri-Market-1024x956.jpg)
ମାସ୍କ ନାହିଁ ତ’ ପରିବା ନାହିଁ, ମାସ୍କ ପିନ୍ଧିନଥିବାରୁ ୪ ଗିରଫ
ମାସ୍କ ପିନ୍ଧିନାହାନ୍ତି ଆପଣଙ୍କୁ ପରିବା କିମ୍ବା ସଉଦା କିଛି ମଧ୍ୟ ମିଳିବ ନାହିଁ। ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ କୌଣସି ଦ୍ରବ୍ୟ ବିକ୍ରି ନକରିବାକୁ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ବାହାରକୁ ବାହାରିଲେ ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ତେଣୁ ଯିଏ ମାସ୍କ ପିନ୍ଧିନଥିବେ ତାଙ୍କୁ ୨୦୦ଟଙ୍କାର ଜରିମାନା ମଧ୍ୟ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାସ୍କ ନପିନ୍ଧି ବାହାରକୁ ବାହାରିଥିବା ଅଭିଯୋଗରେ ୨ଟି ପୃଥକ ମାମଲା ରୁଜୁ କରାଯିବା ସହିତ ୪ଜଣଙ୍କୁ ଗିରଫ କରାଯାଇଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ସେହିପରି ମାସ୍କ ପିନ୍ଧିନଥିବା ଅଭିଯୋଗରେ ୧ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ଲକ୍ଡାଉନ ନିୟମ ଉଂଲଘନ କରିଥିବା ଅମାନିଆ ବାଇକ୍ ଚାଳକଙ୍କ ନିକଟରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଆଇଆଇସି ଶ୍ରୀ ସେନାପତି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Croweded-Kacheri-Market.jpg)