କରୋନାରେ ମରିଗଲେ କୈଳାସ: ୩ପିଲା ଅନାଥ, ପତ୍ନୀ ଅସହାୟ 

ଜୟପୁର,  କରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପର ଠାରୁ ବହୁ ପରିବାର ଏଥି ଯୋଗୁଁ ଉଜୁଡି ଯାଇଛି। ଖାସ୍ କରି ପରିବାରର ମୁଖିଆମାନେ ଏହି ମହାମାରୀରେ ମରିଯିବା ପରେ ପରିବାରର ସଦସ୍ୟମାନେ ଅସହାୟ ହୋଇ ପଡ଼ିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକର ବାଲିଗୁଡା ଗାଁରେ । ଏହି ଗାଁର ୩୫ବର୍ଷିୟ କୈଳାସ ଏଥିରେ ସଂକ୍ରମିତ ହୋଇ ୨୪ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ କୋଭିଡ୍ ହସ୍ପିଟାଲ ଜୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଦେଇଛନ୍ତି।

ତେବେ ତାଙ୍କର ମୃତ୍ୟୁ ପରେ ତାଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର ଥିବା ପତ୍ନୀ ଅସହାୟ ଓ ୧୫ବର୍ଷ ଓ ୧୦ବର୍ଷର ଦୁଇ ପୁଅ, ୬ବର୍ଷର ଝିଅ ଅନାଥ ହୋଇ ଯାଇଛନ୍ତି। ମୃତ କୈଳାସ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ। ବୋରିଗୁମ୍ମା ସହରକୁ ଆସି କାମ କରି ପରିବାରର ପ୍ରତିପୋଷଣ କରୁଥିଲେ। ଗତ ଦେଢ଼ ବର୍ଷ ହେବ ବହୁ କଷ୍ଠମଷ୍ଟେ ଓଳିଏ ଖାଇଳେ ଓଳିଏ ଉପବାସରେ ପରିବାର ଚଳୁଥିଲା। ଏହି ଦୁଃଖ ଏହି ପରିବାର ପାଇଁ ବଡ଼ କ୍ଷତି ପହଚାଂଇଛି।

ଗତ ୨ଦୁଇ ତାରିଖ ଦିନ ଜ୍ବର ଓ ଲକ୍ଷଣ ଦେଖାଦେବାରୁ ବୋରିଗୁମ୍ମା ସିଏଚସିରେ ତାଙ୍କର ଆଣ୍ଟିଜେନରେ କୋଭିଡ୍ ପରୀକ୍ଷା କରାଯାଇଥିଲା। ତେବେ ସେଠାରେ ନେଗେଟିଭ୍ ରିପୋର୍ଟ ଆସିଥିଲା। କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ନେଇ ସିଟି ସ୍କାନ୍ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ ତୁରନ୍ତ ତାଙ୍କୁ କୋରାପୁଟ ଏସଏଲନ୍ ମେଡିକାଲ କଲେଜକୁ ନେଇ ସିଟି ସ୍କାନ କରାଇଥିଲେ। ସିଟି ସ୍କାନରେ ତାଙ୍କ ପୁସ୍ ପୁସ୍ ସଂକ୍ରମିତ ହୋଇଥିବା ଏବଂ କୋରାନା ଲକ୍ଷଣ ରହିଥିବା ମେଡିକାଲ କଲେଜ ପକ୍ଷରୁ କୁହାଯାଇଥିଲା।

କୋରାପୁଟ ମେଡିକାଲ କଲେଜସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ୧୬ତାରିଖ ପର୍ଯ୍ୟନ୍ତ ରହିଥିଲେ। ଏହା ପରେ ସେ ୧୬ତାରିଖ ଦିନ ଜୟପୁର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଆସିଥିଲେ। ଏଠାରେ ଚିକିତ୍ସାଧୀନ ଥିବା ବେଳେ ଆଜି ଦିନ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ପରିବାରବର୍ଗଙ୍କ ଉପସ୍ଥିତିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି। ପରିବାର ବହୁ ଗରିବ ହୋଇଥିବାରୁ ଏହି ପରିବାରକୁ ସହଯୋଗର ହାତ ବଢ଼ାଇବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର