କୋରାପୁଟ: ଗତ ୫ ବର୍ଷରେ ଲକ୍ଷ୍ମୀପୁର ବିଧାୟକଙ୍କ ସଂପତ୍ତି ବଢ଼ିଛି ଦୁଇ ଗୁଣ, ରହିଛି ୩ ଟି ମାମଲା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ସଂପତ୍ତି ୫ ବର୍ଷ ମଧ୍ୟରେ ଦୁଇ ଗୁଣ ବଢ଼ିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ବିଭିନ୍ନ ଥାନାରେ ୩ ଟି ମାମଲା ରହିଥିବା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ବିଧାୟକ ସ୍ୱୀକାର କରିଛନ୍ତି। ଗତ ୫ବର୍ଷ ତଳେ ସେ ଯେତେବେଳେ ବିଧାୟକ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସେହି ସମୟରେ ତାଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା ସତ୍ୟପାଠ ଜରିଆରେ ୧୮ ଲକ୍ଷରୁ ଅଧିକ ପ୍ରଦାନ କରିଥିଲେ। ବର୍ତ୍ତମାନ ସୋମବାର ଦେଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ପ୍ରାୟ ଦୁଇଗୁଣରୁ ଅଧିକ ହୋଇ ୪୯ ଲକ୍ଷ ୪୬ ହଜାର ୫୬୦ ଟଙ୍କା ରହିଥିବା ଦର୍ଶାଇଛନ୍ତିା

ବୋରିଗୁମ୍ମାରେ ଏକ ରାସ୍ତାରୋକ ମାମଲା ସହ ଲକ୍ଷ୍ମୀପୁର ଗୋଟିଏ ରାସ୍ତାରୋକ ଓ ୨୦୦୯ରେ ଲକ୍ଷ୍ମୀପୁର ରେଲୱେ ଷ୍ଟେଷନ୍‌ରେ ରେଳ ରୋକ କରିଥିବା ଭଳି ଏକ ମାମଲା ରହିଥିବା ବେଳେ ସମୁଦାୟ ତାଙ୍କ ନାମରେ ୩ଟି ମାମଲା ରହିଥିବା ସେ ପ୍ରକାଶ କରିଛନ୍ତିା ଚଳିତ ନିର୍ବାଚନ ତାଙ୍କ ପାଇଁ ଅତି ଗୁରୁତ୍ୱପୁର୍ଣ ରହିଥିବା ବେଳେ ସାଧାରଣ ଜନତା ଜଦି ଗତ ୫ ବର୍ଷ ମଧ୍ୟରେ ନିର୍ବାଚନ ମଣ୍ଡଳୀ ସକାଶେ କିଛି ଉନ୍ନତି କରିପାରିଛନ୍ତି ବୋଲି ଭାବିବେ ତାହେଲେ ସେ ନିଶ୍ଚୟ ବିଜୟ ହେବେ ବୋଲି ପ୍ରକାଶ କରିଛନ୍ତିା

ବର୍ତମାନ ମଧ୍ୟ ଲକ୍ଷ୍ମୀପୁରକୁ ସବଡିଭିଜନାଲ୍‌ ମାନ୍ୟତା ସହ ଡାକ୍ତରଖାନାକୁ ସବଡିଭିଜନାଲ୍‌ ମାନ୍ୟତା ଦେବା ଅଧୁରା ରହିଯାଇଥିବା ବେଳେ ଆସନ୍ତା ନିର୍ବାଚନରେ ସେ ବିଜୟୀ ହେଲେ ଏସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତିା ଗତ ୫ବର୍ଷ ଭିତରେ ନିର୍ବାଚନ ମଣ୍ଡଳୀର ଅଧିକାଂଶ ଗାଁକୁ ରାସ୍ତା ପାନୀୟ ଜଳ ଯୋଗାଣ ସହ ଚିନ୍ତାଗୁଡା ଡ୍ୟାମ୍‌ ପାଇଁ ସେ ଯେତିକି ଚେଷ୍ଟା କରି ସଫଳ ହୋଇଛନ୍ତି ତାଠାରୁ ଅଧିକ କିଛି କାର୍ଯ୍ୟ ବାକି ରହିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର