ଜୟପୁର: ଆଉ ସହଜରେ ମିଳୁନି କୋରାପୁଟିଆ କାଜୁ। ପାଟିକୁ ସୁଆଦିଆ ଲାଗୁଥିବା ଏହି କାଜୁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଆଉ ମିଳୁନାହିଁ। ମିଳିଲେ ବି ଦର ପକେଟକୁ ବାଧିଛୁ। ଯେଉଁ କାଜୁ ଆମ ପାଟିକୁ ବାଜୁଛି ତାହା ଆମଦାନୀ କାଜୁ। କୋରାପୁଟିଆ କାଜୁରେ ରହିଥିବା ସୁଆଦ ଆଉ ମିଳୁନି। ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ପରି। ଏମିତି ଏକ ଆଶଙ୍କା ଏବେ କୋରାପୁଟ ସୃଷ୍ଟି ହୋଇଛି ଯେ ସମୟ ଆସିବ ଜିଲ୍ଲାରୁ କାଜୁ ଉଭାନ ହୋଇଯିବ। କାଜୁ ଶିଳ୍ପ ପାଇଁ କଞ୍ଚାମାଲ ଆମଦାନୀରେ ଶୁଳ୍କ ବୃଦ୍ଧି, କରୋନା ମାଡ, କଞ୍ଚାମାଲର ଅଭାବ ସହ ମାନବସମ୍ଭଳର ଅଭାବ ପରିଲକ୍ଷିତ ହୋଇ ଥିବାରୁ କୋରାପୁଟରେ ଥିବା ପ୍ରାୟ ୫୫ଟି କାଜୁମିଲ ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଏପରି ହେଲେ ପ୍ରାୟ ୧୬ହଜାର ଲୋକ ସେମାନଙ୍କ ଜୀବନଜୀବିକା ବିପନ୍ନ ହେବାର ଆଶଙ୍କା ରହିଛି। ଏବେ ବଜାରରେ କେଜି ପ୍ରତି କାଜୁ ୮୦୦ରୁ ୯୦୦ ଟଙ୍କାରେ ମିଳୁଥିବାବେଳେ ପୂର୍ବରୁ ୬୦୦ ଟଙ୍କା ମିଳୁଥିଲା କୋରାପୁଟିଆ କାଜୁ। ସମୟଥିଲା ଏହିଠାରୁ ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଉତ୍ତରପ୍ରଦେରଶ, କେରଳ ଓ ପଶ୍ଚିମବଙ୍ଗକୁ ରପ୍ତାନି ହୋଇଥାଏ କୋରାପୁଟିଆ ଗୋଟା କାଜୁ। ଏବେ ବାହାରୁ ଆମଦାନୀ କରି ରାଜ୍ୟରେ ବିକ୍ରି ହେଉଛି।
/sambad/media/post_attachments/wp-content/uploads/2020/12/koraput-kaju-3-300x300.jpg)
କୋରାପୁଟ ଅଞ୍ଚଳରେ ଭଲ କାଜୁ ମିଳେ ବୋଲି ରାଜ୍ୟସାରା ଧାରଣା ରହିଛି। ତେଣୁ ଏଠାକାର କାଜୁର ଚାହିଦା ସବୁବେଳେ ଅଧିକ ଥାଏ। ସୂଚନା ଅନୁସାରେ କୋରାପୁଟରେ ଏବେ ୫୫ରୁ ଅଧିକ କାଜୁ ମିଲ୍ ରହିଛି। ଏହି କାଜୁ ମିଲ୍ ଚାଲିବା ପାଇଁ ବାର୍ଷିକ ପ୍ରାୟ ୫୦ହଜାର ମେଟ୍ରିକ ଟନ କ˚ଚାମାଲର ଆବଶ୍ୟକତା ରହିଛି। କିନ୍ତୁ ଏଠାରେ ମାତ୍ର ୧୫ହଜାର ମେଟ୍ରିକ ଟନ କଞ୍ଚାମାଲମିଳିଥାଏ। ଯାହା ନବରଙ୍ଗପୁର, ରାୟଗଡାର ଗୁଣୁପୁର, ବିଶମକଟକ, ଗୁଡାରୀ ଆଦି ଅଞ୍ଚଳରୁ ଆମଦାନୀ ହୋଇଥାଏ। ତେଣୁ ମିଲ୍ମାଲିକଙ୍କୁ ବାର୍ଷିକ ପ୍ରାୟ ୩୫ହଜାର ମେଟ୍ରିକ ଟନ୍ କଞ୍ଚାମାଲବାହାର ଦେଶରୁ ଆମଦାନୀ କରିବାକୁ ପଡେ। ଦକ୍ଷିଣ ଆଫ୍ରିକା, କେନିଆ, ଇଣ୍ତୋନେସିଆ, ବର୍ଲିନ ଆଦି ଦେଶରୁ କଞ୍ଚାମାଲ ଅଣାଯାଇ ଏଠାରେ କାଜୁ ପ୍ରସ୍ତୁତ କରାଯାଏ। କିନ୍ତୁ ଏବେ ଏହି ଆମଦାନୀ ମହଙ୍ଗା ହୋଇ ଯାଇଛି। ଭାରତ ସରକାର ଆମଦାନୀ ଶୁଳ୍କକୁ ଆଶାତିତ ଭାବେ ବଢାଇ ଦେଇଥିଲାବେଳେ କଞ୍ଚାମାଲଆସୁଥିବା ଦେଶ ମଧୢ ରପ୍ତାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ତେଣୁ ଏବେ କଞ୍ଚାମାଲଆମଦାନୀ ୩୦ପ୍ରତିଶତରୁ ଅଧିକ ମହଙ୍ଗା ହୋଇ ଯାଇଛି। ଏଭଳି ସ୍ଥିତିରେ କାଜୁ ମିଲ୍ ଚଳାଇବା କଷ୍ଟକର ବ୍ୟାପାର ବୋଲି ମିଲ ମାଲିକମାନେ ପ୍ରକାଶ କରିଛନ୍ତି। ଏହସାହ ସବୁଠୁ ବଡ ସମସ୍ୟା ହେଉଛି କଞ୍ଚାମାଲର ଅଭାବ। କୋରାପୁଟରେ ମୁଖ୍ୟତଃ ୫ଟି ଜୋନ ରହିଛି। ଏହି ଜୋନ ମଧ୍ୟରେ ପ୍ରମୁଖ ଭୂମିକା ରହିଛି ଲମତାପୁଟ, କୋରାପୁଟ, ବୈପାରିଗୁଡା, କୁନ୍ଦୁରା ଓ ଜୟପୁର। ପ୍ରତିବର୍ଷ ଏହି ଜୋନରୁ କେଜି ପ୍ରତି ୨୦୧୮ରେ ୧୫୦ରୁ ୧୬୦ ଟଙ୍କା ଦେଇ କିଣାଯାଉଥିବାବେଳେ ୨୦୧୯ରେ ୧୦୦ରୁ ୧୧୦ ଟଙ୍କା ଓ ଚଳିତ ବର୍ଷ ୮୦ରୁ ୯୦ ଟଙ୍କା ଦରରେ କାଜୁ କିଣାଯାଉଛି। କରୋନା ହେତୁ ଚଳିତବର୍ଷ ୭ରୁ ୮ ମାସ ପ୍ରୋ୫ସେସିଂ ୟୁନିଟ ବନ୍ଦ ରହିଥିବାରୁ ନାହିଁ ନ ଥିବା କ୍ଷତି ସହିଛନ୍ତି ଉଦ୍ୟେଗୀ।
କିଛି ବର୍ଷ ପୂର୍ବରୁ କୋରାପୁଟରେ କାଜୁ ପାଇଁ ପ୍ରବଳ କଞ୍ଚାମାଲ ମିଳୁଥିବାରୁ ଏଠାରେ କାଜୁ ଶିଳ୍ପ ବୃଦ୍ଧି ପାଇଥିଲା। ବହୁ ନୂଆ ନୂଆ ମିଲ୍ ଗଢି ଉଠିଥିଲା। କିନ୍ତୁ ଏହି ହାରରେ କଞ୍ଚାମାଲ ଉତ୍ପାଦନ ବୃଦ୍ଧି ପାଇ ନ ଥିଲା। ନୂଆ ଗଛ ଲଗା ଯାଉ ନ ଥିଲାବେଳେ ପୁରୁଣା ଗଛ କଟା ଚାଲିଛି। ତେଣୁ ଏଠାକାର କଞ୍ଚାମାଲଆଉ ଯଥେଷ୍ଟ ହେଉନି। ପୂର୍ବରୁ ୮୦ ପ୍ରତିଶତ କଞ୍ଚାମାଲସ୍ଥାନୀୟ ଅଞ୍ଚଳରୁ ମିଳୁଥିଲାବେଳେ ଏବେ ପାଖାପାଖି ୩୦ପ୍ରତିଶତ ମିଳୁଛି। ତେଣୁ ବେଶୀ କଞ୍ଚାମାଲବାହାରୁ ଆମଦାନୀ କରିବାକୁ ମିଲ ମାଲିକମାନେ ବାଧୢ ହେଉଛନ୍ତି। ସରକାର ଶୁଳ୍କ ବସାଇବା ପରେ ଏହି କଞ୍ଚାମାଲର ଦର ପ୍ରାୟ ଦୁଇଗୁଣା ହୋଇ ଯାଇଛି। ଆଗରୁ କେଜି ପିଛା ୭୦ରୁ ୮୦ଟଙ୍କାରେ ମିଳୁଥିଲାବେଳେ ଏବେ ଏହାକୁ ୧୬୦ଟଙ୍କାରେ କିଣିବାକୁ ପଡୁଛି। ଏହି ଦରରେ କଞ୍ଚାମାଲକିଣିଲେ ମିଲ କ୍ଷତିରେ ଚାଲିବ ବୋଲି ବ୍ୟବସାୟୀ କହିଛନ୍ତି। ତେଣୁ ବ୍ୟବସାୟୀମାନେ ବାଧୢ ହୋଇ ସ୍ଥାନୀୟ କାଜୁ ଉପରେ ନିର୍ଭର କରୁଛନ୍ତି। ଏଠାରେ ୫୫ରୁ ଅଧିକ ମିଲ୍ ରହିଥିଲାବେଳେ ବାର୍ଷିକ ପ୍ରାୟ ୫ଶହ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ପ୍ରାଥମିକ ଆକଳନ ଅନୁସାରେ ଏଠାରେ ପ୍ରାୟ ୧୬ହଜାର କର୍ମଚାରୀ ନିୟୋଜିତ ଅଛନ୍ତି। କାଜୁ ମିଲ୍ ବନ୍ଦ ହୋଇଗଲେ ଏହି ଲୋକମାନଙ୍କର ଜୀବନଜୀବିକା ବିପନ୍ନ ହୋଇଯିବ। ଅଧିକା˚ଶ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାର ଘୋର ଆର୍ଥିକ ସଙ୍କଟରେ ପଡିଯିବ। କରୋନା ହେତୁ ୮ମାସ ହେଲା ସମସ୍ୟା କମି ନ ଥିବାବେଳେ କଞ୍ଚାମାଲ ନ ମିଳିବା କାଜୁ ଶିଳ୍ପ ପ୍ରତି ଆଶାଙ୍କା ଘୋଟି ଆସିଛି।
/sambad/media/post_attachments/wp-content/uploads/2020/12/koraputia-kaju-169x300.jpg)
କାଜୁ ମିଲ ମାଲିକ ସ˚ଘର ସଭାପତି ପେଣ୍ଟା ରମେଶଙ୍କ କହିବାନୁଯାୟୀ ଶୁଳ୍କ ବଢି ଯାଇଥିବାରୁ ବାହାର ଦେଶରୁ କଞ୍ଚାମାଲଆଣି ଏଠାରେ କାଜୁ ପ୍ରସ୍ତୁତ କରିବା କଷ୍ଟକର ହୋଇ ପଡିବ। କେବଳ ସ୍ଥାନୀୟ କଞ୍ଚାମାଲଉପରେ ନିର୍ଭର କରିବାକୁ ପଡିବ। ଏମିତି ହେଲେ ମାସକୁ ଅଧାରୁ ଅଧିକ ଦିନ ମିଲ ବନ୍ଦ ରହିବ। ଆବଶ୍ୟକ ଅନୁଯାୟୀ କଞ୍ଚାମାଲମିଳୁ ନ ଥିବାରୁ କିଛି ମିଲ ବନ୍ଦ ହୋଇଯିବା ପରି ମଧୢ ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ତେବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ରାମନାଥ ମହାପାତ୍ର କହିଛନ୍ତି ଯେ, ଆମେ କୌଣସି ମିଲ ମାଲିକଙ୍କ ପାଖରୁ କଞ୍ଚାମାଲ ଅଭାବ ନେଇ ଅଭିଯୋଗ ପାଇନୁ। ଅଭିଯୋଗ ପାଇଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କିଛି ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/koraput-kaju-1.jpg)