ପଦ୍ମପୁର: ଶନିବାର ଅପରାହ୍ଣରେ କେନ୍ଦୁଝର ପୁରୁଣା ସହରରେ କାଳବୈଶାଖୀ ତାଣ୍ଡବ ରଚାଇଛି। ଅଧିକ ଝଡ଼ତୋଫାନ ହେବା ଯୋଗୁଁ ଏକ ବିରାଟ ଗଛ ରାସ୍ତା ଉପରେ ପଡ଼ିଯାଇଥିଲା। ଏହି ସମୟରେ ସେଠାରେ କେହି ନଥିବାରୁ ସୌଭାଗ୍ୟବଶତଃ କାହାରି କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ ବିଦ୍ୟୁତ ତାର ଛିଣ୍ତି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା।

Advertisment

ଖବର ପାଇ କେନ୍ଦୁଝର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗଛକୁ କାଟି ସଫା କରିଛି। ଗଛ ସଫା ପରେ ଯାତାୟାତ ସ୍ବାଭାବିକ ହୋଇଛି।