ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପାଞ୍ଚାୟତ ଗଣ୍ଡଡ଼ିହା ଉପ୍ରା ସ୍କୁଲ ଛାତ୍ରାବାସର ଆଜବେଷ୍ଟସ ଛପର ଗତକାଲି ସନ୍ଧ୍ୟାରେ ଘୂର୍ଣ୍ଣିଝଡ଼ରେ ଉଡ଼ିଯାଇଛି। ଏହି ସ୍କୁଲରେ ୪୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ରହିଛି। ଏହି ଘୂର୍ଣ୍ଣିଝଡ଼ରେ ଛାତ୍ରାବାସର ଦୁଇ ବଖରାର ଛପର ଉଡ଼ିଗଲା।

Advertisment

ଦୁଇଦିନ ପରେ ଆସନ୍ତା ୨୧ ତାରିଖରେ ସ୍କୁଲ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲିବ। ଆସନ୍ତା କାଲି ସୁଦ୍ଧା ଛାତ୍ରାବାସ ଗୃହର ମରାମତି କରା ନଗଲେ ହଷ୍ଟେଲରେ ଛାତ୍ରଛାତ୍ରୀ ରହି ପାରିବେ ନାହିଁ। ଏହି ହଷ୍ଟେଲଟି ଆଇଟିଡିଏ ଦ୍ୱାରା ପରିଚାଳିତ ହେଉଛି । ସ୍କୁଲ ଖୋଲିବା ପୂର୍ବରୁ ହଷ୍ଟେଲ ଗୃହ ମରାମତି ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।