ପଣ୍ଡିଗାଁ: କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଶୁକ୍ରବାର ଅପରାହ୍ଣରେ କାଳବୈଶାଖୀ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। କାଳବୈଶାଖୀ ଯୋଗୁଁ କଲମପୁର ଅଞ୍ଚଳର ଭେଲାଗାଁ, କର୍ମେଲ, ବରଗାଁ, କସାବାହୀ, ଶାଗବାରୀ, ଘୋଡ଼ାବନ୍ଧା, ଘର୍ଲା, ପୋଟେସ୍, ପାଜେନ୍, ପଣ୍ଡିଗାଁ ଆଦି ଗାଁ ପ୍ରଭାବିତ ହୋଇଛି। ଶାଗବାରୀ, ପାଜେନ୍, ପୋଟେସ୍ରେ ବହୁ ଲୋକଙ୍କ ଘରର ଛାତ ଉଡ଼ିଯାଇଥିବା ବେଳେ କିଛି ଲୋକଙ୍କ ଘର ଉପରେ ଗଛ ପଡ଼ିଯିବାରୁ ଛାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି।
ଅନେକ ସ୍ଥାନରେ ବିଦ୍ୟୁତଖୁଣ୍ଟ ଭାଙ୍ଗି ଯିବା ସହ ତାର ଛଣ୍ଡି ପଡ଼ିଥିବାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ସେହିପରି ଅନେକ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ହଟାଇବା ପରେ ଯିବାଆସିବା ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/27-18.jpg)