ରୋଜଗାର ବଢ଼ାଇବ ‘କଳାବତୀ ଧାନ’, ଚାଉଳ କିଲୋ ୧୨୦ ଟଙ୍କାରେ ବିକିବେ ଚାଷୀ

ନୂଆପଡ଼ା: ଚାଷୀମାନଙ୍କର ରୋଜଗାର ବଢ଼ାଇବ କଳାବତୀ ଧାନ। ଚଳିତ ଖରିଫ ଋତୁରେ ନୂଆପଡ଼ାର ଅନେକ ଚାଷୀ ଏହି ଧାନ ଫସଲ କରିଛନ୍ତି। ଫସଲ ମଧ୍ୟ ଭଲ ହୋଇଛି।  ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଚାଷୀମାନେ କଳାବତୀ ଧାନ ଚାଷ କରି ଜିଲ୍ଲସାରା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜିଲ୍ଲା କୃଷି ବିଭାଗର ପ୍ରୋତ୍ସାହନରେ କୋମନା ଓ ନୂଆପଡ଼ା ବ୍ଲକ୍‌ରେ ପରୀକ୍ଷାମୂଳକ ଭାବେ ଏହି ଚାଷ ହୋଇଛି। କୋମନା ବ୍ଲକ୍‌ କୁରୁମପୁରୀ, ସୁନାବେଡ଼ା ସୋସେଙ୍ଗ ଗ୍ରାମରେ ୩୫ ଜଣ ଚାଷୀଙ୍କ ୩୫ ଏକର ଜମିରେ କଳାବତୀ ଧାନ ଚାଷ ହୋଇଛି। ସୁନାବେଡ଼ା ଅଭୟାରଣ୍ୟ ଦେଓସିଲ ଗ୍ରାମର ମାନସିଂହ ମାଝୀଙ୍କ ଜମିରେ ଚଳିତ ବର୍ଷ ୨ ଏକର କଳାବତୀ ଚାଷ ହୋଇଛି।

ନୂଆପଡ଼ା ବ୍ଲକ୍‌ ସାଲିହା ଗ୍ରାମର ୧୬ ଜଣ ଚାଷୀ, ଦର୍ଲିମୁଣ୍ଡା ଗ୍ରାମର ୩ ଜଣ, ବିରୋମାଲ ପଞ୍ଚାୟତ ଦର୍ଲିନୂଆପଡ଼ା ୩ଜଣ, ଭାଲେଶ୍ବର ଗ୍ରାମର ୩ ଜଣ ଚାଷୀଙ୍କୁ ପରୀକ୍ଷାମୂଳକ ଭାବେ ଚାଷ କରିବାକୁ ଆତ୍ମା ପକ୍ଷରୁ ଦିଆଯାଇଛି। ନୂଆପଡ଼ା ବ୍ଲକ୍‌ରେ ୨୫ ଜଣ ଓ କୋମନା ବ୍ଲକ୍‌ରେ ୩୫ ଜଣ ଚାଷୀଙ୍କୁ କଳାବତୀ ଧାନ ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଛି। ନୂଆପଡ଼ା ଆତ୍ମା ପକ୍ଷରୁ ଏହି ଚାଷ ପାଇଁ ଚାଷୀଙ୍କୁ ପ୍ରଥମେ ୪ ହଜାର ଟଙ୍କାର ସହାୟତା ରାଶି ଓ ବିହନ ଯୋଗାଇ ଦିଆଯାଇଥିଲା।

ଏହି ଧାନରେ କୌଣସି ରୋଗପୋକ ଲାଗିବ ନାହିଁ। ଏହି ଚାଉଳର ବଜାର ଦର କିଲୋ ପିଛା ୧୦୦/୧୨୦ ଟଙ୍କା ରହିଛି, ଚାଉଳ ସ୍ବାସ୍ଥ୍ୟ ପାଇ ବହୁତ ଭଲ। ଏନେଇ ସହକାରୀ କୃଷି ଅଧିକାରୀ ହିଂମାଶୁ ଶେଖର ମହାପାତ୍ର କହିଛନ୍ତି; ଚଳିତ ବର୍ଷ ଜିଲ୍ଲାରେ ପ୍ରଥମକରି ୨୫ ଜଣ ଚାଷୀ ଓ କୋମନା ବ୍ଲକ୍‌ରେ ୩୫ ଜଣ ଚାଷୀଙ୍କୁ କଳାବତୀ ଧାନ ପରୀକ୍ଷାମୂଳକ ଭାବେ ଚାଷ କରିବାକୁ ଦିଆଯାଇଥିଲା। ଆସନ୍ତା ବର୍ଷ ଜିଲ୍ଲାରେ ଅଧିକ ପରିମାଣରେ କିଭଳି ଏହି ଧାନ ହେବ, ଲୋକମାନଙ୍କୁ ସଚେତନ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର