ଆଲବମ ‘ଚାଲ ବୁଲିଯିମା କଳାହାଣ୍ଡି କେ…’ ଉନ୍ମୋଚିତ 

ଭବାନୀପାଟଣା: କଳାହାଣ୍ଡିର ସଂସ୍କୃତି, ଐତିହ୍ୟ, ପରମ୍ପରା, ଦେବଦେବୀ, ପର୍ଯ୍ୟଟନ ସ୍ଥଳୀ, ଆଦିବାସୀ ଚଳଣିକୁ ଭିତ୍ତି କରି ଚାଲ ବୁଲି ଜିମା
କଳାହାଣ୍ଡିକେ ଆଲବମର ଉନ୍ମୋଚନ ଉତ୍ସବ ଭବାନୀପାଟଣା ସହରସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା ।ଆଲବମ ର ପ୍ରଯୋଜକ ସଚ୍ଚିଦାନନ୍ଦ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ସଭାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡିର କଳା, ସଂସ୍କୃତି ଐତିହ୍ୟ ଓ ପରମ୍ପରା କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଆଲବମ ଜିଲ୍ଲାବାସୀଙ୍କୁ ଉତ୍ସାହ ପ୍ରଦାନ କରିବେ ବୋଲି କହିଥିଲେ ।

ମୁଖ୍ୟବକ୍ତା ଉମେଶ ଚନ୍ଦ୍ର ଶତପଥି, ସମ୍ମାନୀତ ଅତିଥି ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ କୁମାର ନାଏକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର, ସଂଗୀତ ନିର୍ଦେଶକ ସତ୍ୟବ୍ରତ ଦାସ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଭାନୁ ପ୍ରକାଶ ରଥ ମଞ୍ଚ ପରିଚାଳନା କରିଥିଲେ  । ଯୁବ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶଙ୍କ ଦ୍ଵାରା ପ୍ରସ୍ତୁତ ଏହି ଭିଡିଓ ଆଲବମକୁ ସଚ୍ଚିଦାନନ୍ଦ ମହାଖୁଡ ପ୍ରଯୋଜନା କରିଛନ୍ତି । ଚାଲ ବୁଲିଯିମା କଳାହାଣ୍ଡି କେ ଗୀତରେ କଣ୍ଠଦାନ କରିଛନ୍ତି ଜାଯାତି କେଶରୀ ନାୟକ ।

ନିର୍ଦ୍ଦେଶକ ଏସ . ରାଜେଶ ଓ କ୍ୟାମେରାମେନ ମଧୁସୂଦନ ପଣ୍ଡା ଅଛନ୍ତି । ଏହି ଆଲବମ ରେ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ, ମନ୍ଦିର, କୁଟୀର ଶିଳ୍ପ, କାରୁକାର୍ୟ୍ଯକୁ ସୁଟିଂ କରାଯାଇଛି । ଏଥିରେ  ସଂସ୍କୃତି ଗବେଷକ ଜୟନ୍ତ ବେହେରା, ଭୀମସେନ ସାହୁ, ଚଳଚିତ୍ର ଅଭିନେତା କାଦିର ଖାନ, ଭବେନ୍ଦ୍ର ପଣ୍ଡା, ଡ଼. ଅଜୟ ମିଶ୍ର, ଚିତ୍ତରଞ୍ଜନ ମଣ୍ଡଳ, ଆଦିତ୍ୟ ନନ୍ଦ, ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ରବି ପଟ୍ଟନାୟକ, ଅବିନାଶ ଠାକୁର, ଚଳଚିତ୍ର ଅଭିନେତା ତ୍ରିମୋହନ ସାହୁ,ବରିଷ୍ଠ ଲେଖକ ଓ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର, ଭାନୁ ପ୍ରକାଶ ରଥ, ରାଷ୍ଟ୍ରପତି ପ୍ରୁରସ୍କୃତ ଧ୍ୟାନ ପଣ୍ଡା, କଣ୍ଠ ଶିଳ୍ପୀ କରୁଣାକର ଦାସ, ସୁନାମ ମୁନା, ଦିଲୀପ ନାଏକ,ବିଦ୍ୟୁତ ବିଭାଗ ଯନ୍ତ୍ରୀ ମନୋଜ ପଟ୍ଟନାୟକ, ମହମଦ ସାହେବ, ତ୍ରିଲୋଚନ ପାଣିଗ୍ରାହୀ, ବବଲୁ ଯୋଶୀ,  ମଧୁବନ ନାଏକ, ଧବଳେଶ୍ୱର ମହାପାତ୍ର, ଦେବରାଜ ଛତ୍ରିଆ, ସୁଶାନ୍ତ ବିଶ୍ୱାଳ, କ୍ଷୀରସିନ୍ଧୁ ନାଏକ, ଆଚାର୍ଯ୍ୟ ହୃଷିକେଶ, ସାମ୍ବାଦିକ ଅଂଶୁମାନ ପାତ୍ର, ସୂର୍ଯ୍ୟ ମହାଖୁଡ଼, ସେନାପତି ନାଏକ, ସୁରେନ୍ଦ୍ର ମୁନି, ଚିଣ୍ଟୁ ପ୍ରସାଦ ନାଏକ, ଶିଶୁ କଳାକାର ରିହାନ, ଅଂଶିକା, ସିଦ୍ଧାର୍ଥ, ଅଙ୍କିତ ଅନିମେଷ, ସୂର୍ଯ୍ୟଆଂଶ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଆଲବମ ଟି ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର