ଶାଳକର ଟାଙ୍ଗିଆ ଚୋଟରେ ଭିଣୋଇ ମୃତ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ବ୍ଲକ୍‌ର ଡକାବାହାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଶାଳକର ଟାଙ୍ଗିଆ ଚୋଟରେ ଭିଣୋଇର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ବ୍ୟକ୍ତିଙ୍କ ନାମ ସୁକଲ ପାତ୍ର।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ବ୍ଲକ୍‌ର ଡକାବାହାଲି ଗ୍ରାମରେ ନୁଆଁଖାଇ ଭଳି ପର୍ବ ଦିନରେ ଏକ ଦୁଃଖଦ ଘଟଣା ଘଟିଛି। ଡକାବାହାଲି ଗ୍ରାମରେ ବସବାସ କରୁଥିବା ସୁକଲ ପାତ୍ରଙ୍କ ଶାଳକ ଅଭି ଭୋଇ ସନ୍ଧ୍ୟା ସମୟରେ ସ୍କୁଲ ପାଖରେ ବୁଲୁଥିବା ସମୟରେ ହଠାତ ଏକ ଟାଙ୍ଗିଆରେ ଭିଣାଇ ଉପରେ ଚୋଟ ପରେ ଚୋଟ ମାରି ଚାଲିଥିଲ। ହଠାତ୍‌ କେହି କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରେ ଠଳି ପଡ଼ିଥିଲେ ଭିଣୋଇ ସୁକଲ ପାତ୍ର । ପରେ ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ସୁକଲଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର