ଏକ ତରଫା ପ୍ରେମରେ ନାବାଳିକା ଆତ୍ମହତ୍ୟା ଘଟଣା: ଉପଯୁକ୍ତ ତଦନ୍ତ କରିବାକୁ ଏସଡ଼ିପିଓଙ୍କୁ ଲିଖିତ ଅନୁରୋଧ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଶାଗବାହାଲି ଗ୍ରାମରେ ଏକ ତରଫା ପ୍ରେମକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ଏଥିରେ ପୁଲିସ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଗତକାଲି ଏନେଇ ଗିରଫ ହୋଇଥିବା ପରିବାରର୍ଗଙ୍କ ପକ୍ଷରୁ ଧର୍ମଗଡ଼ ଏସ୍‌ଡ଼ିପିଇଓଙ୍କ ଦ୍ଵାରସ୍ଥ ହୋଇ ଉପଯୁକ୍ତ ତଦନ୍ତ କରିବାକୁ ଲିଖିତ ଅନୁରୋଧ କରିଛନ୍ତ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଶାଗାହାଲି ଗାଁରେ ଏକତରଫା ପ୍ରେମ ନିବେଦନକୁ ନେଇ ନାବାଳିକା ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ନାବାଲିକା ଆତ୍ମହତ୍ୟା ଘଟଣାରେ କୋକସରା ପୁଲିସ ଜଣେ ନାବାଳକ ସହ ୫ ଜଣ ଯୁବକଙ୍କୁ ଗିରଫ କରିଥିଲା।

ଆଜି ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପରିବାର ବର୍ଗ ନିରପେକ୍ଷ ତଦନ୍ତ ପାଇଁ ଧର୍ମଗଡ଼ ଉପଖଣ୍ଡ ପୁଲିସ୍‌ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଉପଯୁକ୍ତ ତଦନ୍ତ ନିମନ୍ତେ କୋକସରା ଥାନା ଅଧିକାରୀଙ୍କୁ ଅନେକ ଥର ଲିଖିତ ଅନୁରୋଧ କଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି। ତେଣୁ ଏହାର ଏକ ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗିରଫ ହୋଇଥିବା ପରିବାର ପକ୍ଷରୁ ଧର୍ମଗଡ଼ ପୁଲିସ ଏସଡିପିଓଙ୍କୁ ଲିଖିତ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର