କଳାହାଣ୍ଡିରେ ଅଗ୍ନି ବର୍ଷୁଛି: ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରି ଛୁଇଁଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନ ବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଗ୍ନି ବର୍ଷିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରଚଣ୍ଡ ତାତି ସହିତ ଗୁଳୁଗୁଳି , ପାନୀୟ ଜଳ ସମସ୍ୟା ଓ ଅଘୋଷିତ ବିଦ୍ୟୁତକାଟ ଲୋକଙ୍କୁ ନାକେଦମ କରୁଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ମେ ୧୬ ତାରିଖରେ ୪୦.୫ ଡିଗ୍ରି , ମେ୧୭ ତାରିଖରେ ୩୯.୫ ଡିଗ୍ରି , ମେ ୧୮ ରେ ୩୯.୬ ଡିଗ୍ରି , ମେ ୧୯ରେ ୩୬.୫ ଡିଗ୍ରି , ମେ ୨୦ ତାରିଖରେ ୩୮.୫ ଡିଗ୍ରି , ମେ ୨୧ ତାରିଖରେ ୪୧ ଡିଗ୍ରି ଓ ଆଜି ମେ ୨୨ ତାରିଖରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରି  ପହଁଚିଛି ।

ଆଜି ଦିନ ତମାମ ମୁଣ୍ଡଫଟା ଖରା ଯୋଗୁଁ ଗରମ ଝାଞ୍ଜି ଓ ଗୁଳୁଗୁଳି ଯୋଗୁଁ ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । କରୋନା ଯୋଗୁଁ ଜଳଛତ୍ର ଗୁଡିକ ଖୋଲାଯାଇନାହିଁ । ଫଳରେ ପାନୀୟ ଜଳ ପାଇଁ ଲୋକେ ଦହଗଞ୍ଜ ହୋଇପଡିଛନ୍ତି । ଗ୍ରମାଞ୍ଚଳରୁ ସହର ପର୍ଯ୍ୟନ୍ତ ଜଳକଷ୍ଟ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡ଼ିଛନ୍ତି । ଗୁଳୁଗୁଳି ସାଙ୍ଗକୁ ବିଜୁଳି କାଟ ଲୋକଙ୍କୁ ଆହୁରି ଦହଗଞ୍ଜ କରିଛି ।

ସମ୍ବନ୍ଧିତ ଖବର