ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବନୀକରଣ ପାଇଁ ଏବଂ ଆମ ଜଙ୍ଗଲ ଯୋଜନା ପାଇଁ ସରକାର କାମ୍ପା ଯୋଜନାରେ ସରକାର ହଜାର ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ବନୀକରଣ ନାମରେ ବନବିଭାଗ ହରିଲୁଟ ଚଳାଇଥିବା ଅଭିଯୋଗ ହେଉଛି । ଦୁର୍ନିିତୀର ପର୍ଦ୍ଦାଫାସ ପାଇଁ ତଥ୍ୟ ମାଗିଲେ ବଭିନ୍ନ ଆଳରେ ତଥ୍ୟକୁ ଛୁପାଇବା ପାଇଁ ବନବିଭାଗ ଚେଷ୍ଟା କରୁଛି ବୋଲି ସୂଚନା ଅଧିକାରକର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଆଜି ଭବାନୀପାଟଣା ସହରସ୍ଥିତ ହେଟେଲ ମିଡ୍ ଟାଉନ୍ ଠାରେ ଓଡିଶା ସୂଚନା ଅଧିକାର ଅଭିଯାନ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲା ଆବାହକ ଅଞ୍ଜନ କୁମାର ରଥଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସୂଚନା ଅଧିକାର କର୍ମୀ ସଞ୍ଜିବ କୁମାର ଶତପଥୀ, ବିନ୍ଦୁ ମହାନନ୍ଦ ଓ ଘାସିରାମ ଜଗତ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ସମସ୍ତ ଯୋଜନାର ତଥ୍ୟ ଦେବାପାଇଁ ସୂଚନା ଅଧିକାର ଆଇନ ଅନୁସାରେ ଗତ ସେପ୍ଟେମ୍ବର ୨୮ ତାରିଖରେ ଧର୍ମଗଡ ନିବାସୀ ଘାସିରାମ ଜଗତ ଆବେଦନ କରିଥିଲେ ।
ବନବିଭାଗ ତଥ୍ୟକୁ ଛୁପାଇବା ପାଇଁ ସୂଚନା ଅଧିକାର ଆଇନରେ ବିପିଏଲ୍ ଆବେଦନକାରୀଙ୍କୁ ମାଗଣାରେ ସୂଚନା ଯୋଗାଇ ଦେବା ବ୍ୟବସ୍ଥା ଥିବା ସତ୍ତ୍ୱେ ଚିଠି ନମ୍ବର ୫୨୭୧ରେ ନଭେମ୍ବର ୧୭ ତାରିଖ ଦିନ ୧୧୬୮୬୭ ପୃଷ୍ଠା ବାବଦକୁ ୨୩୩୭୩୪ ଟଙ୍କା ଆବେଦନକାରୀଙ୍କୁ ପୈଠ କରିବାକୁ ପତ୍ର ଦେଇଛନ୍ତି । ଏହାକୁ ନେଇ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡସ୍ଥିତ ନର୍ଲା ରେଞ୍ଜର ପ୍ରାୟ ୨ କୋଟି ୨୧ ଲକ୍ଷ ଅନିୟମିତତା ଅଭିଯୋଗକୁ ଅଭିଯାନ ପକ୍ଷରୁ ଲୋକୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଲୋକୟୁକ୍ତ ଅଭିଯାନର ଦସ୍ତାବିଜକୁ ଗୁରୁତର ସହ ନେଇ ଭିଜିଲାନ୍ସର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ବର୍ତ୍ତମାନ ତଦନ୍ତ ଚାଲିଛି । ଏହି ଘଟଣାକୁ ଭୟଭୀତ ହୋଇ ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟ ତଥ୍ୟ ଛୁପାଇବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତ ଅଭିଯାନ ପକ୍ଷରୁ ଅଭିଯାନ ପକ୍ଷରୁ ଅଭିଯୋଗ ହୋଇଛି । ଆସନ୍ତା ୩୦ ମଧ୍ୟରେ ଆବେଦନକାରୀ ଘାସିରାମ ଜଗତଙ୍କୁ ମାଗଣାରେ ତଥ୍ୟ ଯୋଗାଇ ନଦେଲେ ଅଭିଯାନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଗଣଧାରଣା ଦେଇଯିବ ବୋଲି ସୂଚନା ଅଧିକାର କର୍ମୀ ମାନେ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/bpt-photo-of-right-to-information-activist.jpg)