ଜାତୀୟ ସ୍ତରରେ କଳାହାଣ୍ଡି ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲ୍ଲା ପୁରସ୍କୃତ, କଳାହାଣ୍ଡି ଜିଲ୍ଲାକୁ ୩ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ 

ଭବାନୀପାଟଣା: ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀ ସମ୍ପଦ ଏବଂ ଗୋପାଳନ ବିଭାଗ ଆନୁକୂଲ୍ୟରେ ନୂଆଦିଲ୍ଲୀ ଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ହୋଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲାକୁ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲ୍ଲା ଭାବରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି । ପୁରସ୍କାର ସହିତ କଳାହାଣ୍ଡି ଜିଲ୍ଲାକୁ ୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି  ବିଭାଗୀୟ  ଉପମତ୍ସ୍ୟ ନିର୍ଦ୍ଦେଶକ ଶଶୀକାନ୍ତ ଆଚାର୍ଯ୍ୟ  ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲ୍ଲା ପୁରସ୍କାର ଗ୍ରହଣ କରିଥିଲେ । ଏହି ଉତ୍ସବରେ ବିଭାଗର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ କେନ୍ଦ୍ର ସରକାରଙ୍କ ଏହି ବିଭାଗର ରାଜ୍ୟମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସଞ୍ଜୀବ କୁମାର ବଳିଆନ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି ପୁରସ୍କାର ନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।
ସମ୍ବନ୍ଧିତ ଖବର