ଲକଡାଉନ ସମୀକ୍ଷା ନେଇ କଳାହାଣ୍ଡିରେ ପୁଲିସ ଡିଜି 

ଟାଉନଥାନା ଓ ସଦରଥାନା ଯାଇ ପୁଲିସ କର୍ମଚାରୀଙ୍କୁ ଉତ୍ସାହିତ କଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପାଇଁ ସମ୍ବେଦନଶୀଳ ଜିଲ୍ଲା ଭାବରେ ଗୁରୁତ୍ୱ ପ୍ରକାଶ ପାଇଛି । ଆଜି ସକାଳ ସାଢେ ୯ ଟାରେ ଭବାନୀପାଟଣା ରିଜର୍ଭ ପୁଲିସ ପଡିଆ ଠାରେ  ପୁଲିସ ଡିଜି ଅଭୟ ହ୍ୟାଲିକପ୍ଟର ଯୋଗେ ପହଞ୍ଚିଥିଲେ ।  ଭବାନୀପାଟଣା ଠାରେ ଓଡିଶା ପୁଲିସ ଡିଜି ଅଭୟଙ୍କ ଅଧ୍ୟକ୍ଷତାରେ ପୁଲିସ  ରିଜର୍ଭ ଠାରେ କରୋନା ସଂପର୍କିତ ଲକଡାଉନ  ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କରୋନା ପାଇଁ ଜାରି କଟକଣାକୁ ଲାଗୁ କରିବା ସହ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଠିରେ ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ବୈଠକରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଦକ୍ଷିଣ-ପଶ୍ଚିମାଚଂଳ ଡିଆଇଜି ସଫିନ ଅହମ୍ମଦ, କଳାହାଣ୍ଡି ପୁଲିସ ଏସପି ବାତୁଲା ଗଙ୍ଗାଧର ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।  ପରେ ପୁଲିସ ଡିଜି ଭବାନୀପାଟଣା ସଦର ଥାନା ଓ ଟାଉନ ଥାନା ଯାଇ ଡ୍ୟୁଟିରେ ନିୟୋଜିତ ଥିବା ପୁଲିସ କର୍ମଚାରୀମାନଙ୍କ ମନୋବଳ ବଢ଼ାଇଥିଲେ । ସେଠାରୁ ଫେରି ବଲାଙ୍ଗୀର ଅଭିମୁଖେ ଯାଇଥିଲେ ।
ସମ୍ବନ୍ଧିତ ଖବର