ଭବାନୀପାଟଣା: କଳାହାଣ୍ଡି ଲେଖିକା ସଂଘର ବାର୍ଷିକ ଉତ୍ସବ ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଲେଖିକା ସଂଘ ସଭାପତି ସୁଦେଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଞ୍ଜୟ ଶତପଥୀ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବ ମନ୍ତ୍ରୀ ତଥା ସାହିତ୍ୟିକ ରାସବିହାରୀ ବେହେରା, ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ଜେନା, ଡ. ପଲ୍ଲିଶ୍ରୀ ପଟ୍ଟନାୟକ ଏବଂ ଡ. କୈଳାସ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। ଝରଣା ପାଢ଼ୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନର ସମ୍ପାଦିକା କଳ୍ପନା ରଥ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର କଳ୍ପିତା ଉନ୍ମୋଚିତ ହୋଇଥିଲା। ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ଡ. ସୁଜାତା ମୁଣ୍ଡ, ସାହସିକତା ପାଇଁ ଲିପ୍ସାମୟୀ ଦୁବେ ଏବଂ ଯୁବ ପ୍ରତିଭା ପୂଣ୍ୟଦୀପା ଖମାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସ୍ୱର୍ଣ୍ଣକାନ୍ତି ବୈକାର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବନଶ୍ରୀ ଦାଶ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କବି ଦୀପ୍ତି ମୁଣ୍ଡ, ସ୍ନେହଲତା ଷଡ଼ଙ୍ଗୀ, ରୀତା ପଟ୍ଟଯୋଶୀ, ପ୍ରମୋଦିନୀ ପଣ୍ଡା, ମୀନା ମୁଣ୍ଡ, ସବିତା ଶତପଥୀ, ଆନନ୍ଦିନୀ ପାତ୍ର, ଅନିତା ମୁଣ୍ଡ, ପଦ୍ମିନୀ ବେହେରା, ସ୍ୱର୍ଣ୍ଣକାନ୍ତି ବୈକାର, ଝରଣା ପାଢ଼ୀ, କାଜଲ ମହାରଣା, ମୀନତି ପ୍ରଧାନ, ସୁମତି ମୁଣ୍ଡ, ସଂଯୁକ୍ତା ମୁଣ୍ଡ, ସବିତା ଦାଶ, ଭାରତୀ ହୋତା, କବିତା ମୁଣ୍ଡ, ସସ୍ମିତା ମୁଣ୍ଡ, କବିତା ପଣ୍ଡା, ସସ୍ମିତା ସାହୁ, ସସ୍ମିତା ରଥ, ପ୍ରେମଶୀଳା ବେହେରା, ସୁଜାତା ଠାକୁର ପ୍ରମୁଖ ଯୋଗ ଦେଇଥିଲେ। କବି ପ୍ରତାପ ପଣ୍ଡା, ବିରଞ୍ଚି ମୁଣ୍ଡ ଓ ଗୋପବନ୍ଧୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।