କଳାହାଣ୍ଡି ଜିଲ୍ଲାରେ ଆଉ ୨୨ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୫ ଟି ବ୍ଲକ ରେ ୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା  ଲାଞ୍ଜିଗଡ଼ ବ୍ଲକ ରେ ୧୩ ଜଣ, ନର୍ଲା ବ୍ଲକ ରେ ୪ ଜଣ, ଜୁନାଗଡ଼ ବ୍ଲକ ରେ ୩ ଜଣ, ଧର୍ମଗଡ଼ ବ୍ଲକ ରେ ଜଣେ ଓ କୋକସରା ବ୍ଲକ ରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୮ ରେ ପହଞ୍ଚିଥିବା ବେଳେ ୧୩୬ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଆସନ୍ତା ୭ ଓ ୮ ତାରିଖ ଶୁକ୍ରବାର ଓ ଶନିବାର ଦୁଇ ଦିନ ଭବାନୀପାଟଣା ସହରକୁ ସଟଡାଉନ ଘୋଷଣା କରାଯାଇଛି । ଏହି ଦୁଇ ଦିନରେ ଶିକ୍ଷକ, ଆଶାକର୍ମୀ, ଏଏନଏମ୍  ମାନେ ସହରରଘର ଘର ବୁଲି ସର୍ଭେ କରିବା ସହିତ ସ୍ୱାବ  ସଂଗ୍ରହ ଓ ଟେଷ୍ଟ କରିବେ । ଧର୍ମଗଡ଼ ଓ ଭବାନୀପାଟଣା ଉପଜିଲ୍ଲାପାଳ ଏହାର ତଦାରଖ କରିବେ ବୋଲି କଳାହାଣ୍ଡି ଜିଲ୍ଲାପାଳ ଡ଼ା ଗାଭାଲି ପରାଗ ହର୍ଷଦ ଏକ ପ୍ରେସ ବୁଜ୍ଞପ୍ତି ରେ ପ୍ରକାଶ କରିଛନ୍ତି ।

 

ସମ୍ବନ୍ଧିତ ଖବର