ଭବାନୀପାଟଣା: ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଡିଲ୍ ଚାଲିଥିବା ବେଳେ ଭବାନୀପାଟଣା ନର୍ଥ ରେଞ୍ଜ୍ ଓ ଏସ୍ଟିଏଫ୍ର ମିଳିତ ଚଢ଼ାଉଇରେ ଏହି ବାଘଛାଲ ଜବତ ହୋଇଥିବା ସୂଚନା ରହିଛି। ବାଘଛାଲ ଜବତ ହେବା ସହ କଳାହାଣ୍ଡି ଜିଳ୍ଳାର ଗୁନୁପୁର ଗାଁର କ୍ରିଷ୍ଣା ମାଝୀଙ୍କ ପୁଅ ଅଭିଯୁକ୍ତ କୈଳାସ ମାଝୀଙ୍କୁ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଚଢ଼ାଉ ବେଳେ ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଡିଲ୍ ସମୟରେ ଧରାଯିବା ପରେ ସେ ଆବଶ୍ୟକୀୟ ସଫେଇ ଦେଇନପାରିବାରୁ ତାଙ୍କୁ ଭବାନୀପାଟଣା ନର୍ଥ ଫରେଷ୍ଟ୍ ଡିଭିଜନ୍ ଅଧୀନସ୍ଥ ଜଙ୍ଗଲ ଅଧିକାରୀ ଗିରଫ କରିଛନ୍ତି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ରହିଛି।