ଧର୍ମଗଡ଼: ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ହୋଇଥିବାର ଖବର ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରାପିଠା ଗାଁରେ ଗତ ୨୦୧୫ ମସିହାରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଶିଶୁପାଳ ବିଶି ଏବଂ ତାଙ୍କ ଦୁଇ ପୁଅ ଦିଗମ୍ବର ବିଶି ଏବଂ ପର୍ଶୁରାମ ବିଶି ସେହି ଗାଁର ପୁଷବଲ ବିଶିଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ଆଜି ଧର୍ମଗଡ଼ ଏଡିଜେ କୋର୍ଟ ରାୟ ପ୍ରକାଶ କରି ଉଭୟଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
/sambad/media/post_attachments/wp-content/uploads/2022/04/dharmagarh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)