କଳାହାଣ୍ଡି ଜିଲ୍ଲାରେ ଆଉ ୨୯ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜୁନାଗଡ଼ ରେ ୧୨ ଜଣ, କେସିଙ୍ଗା ରେ ୩ ଜଣ ଭବାନୀପାଟଣା ରେ ୨ଜଣ, ଲାଞ୍ଜିଗଡ଼ ରେ ଜଣେ ମଦନପୁର ରାମପୁର ବ୍ଳକରେ ୬ ଜଣ, ଥୁଆମୂଳ ରାମପୁର ବ୍ଳକରେ ୩ଜଣ, ଜୟପାଟଣା ବ୍ଳକରେ ଜଣେ ଓ ଗୋଲାମୁଣ୍ଡା ବ୍ଳକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟରାତ୍ର ରେ ପ୍ରଶାସନ ର ପ୍ରେସ ବିଜ୍ଞପ୍ତି ପରେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ଏଥିରେ ୮ ଜଣ କେସିଙ୍ଗା ର ହୋଇଥିବା ବେଳେ ଲାଞ୍ଜିଗଡ଼ ର ୨ଜଣ, ଭବାନୀପାଟଣା ର ୨ଜଣ, ଥୁଆମୂଳରାମପୁର ବ୍ଳକରେ ୩ଜଣ ଏବଂ ଧର୍ମଗଡ଼ ବ୍ଳକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ  ଜିଲ୍ଲାର କଣ୍ଟାକ୍ଟ  ଟ୍ରେସିଂକୁ ଜୋରଦାର କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୮୭୬ କୁ ପହଞ୍ଚିଛି । କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଟେଷ୍ଟ ପାଇଁ ଏକ ୨୫ ଜଣିଆ ଟିମ ଗଠନ କରିଛନ୍ତି । ଏହି ଟିମ  ଜିଲ୍ଲାର ସମସ୍ତ ଡାକ୍ତରଖାନା , ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରୀକ୍ଷା କରାଯାଉଛି ।ଗତ ଅଗଷ୍ଟ ୧୦ ତାରିଖରେ ୧୪୮୯ ଜଣ , ଅଗଷ୍ଟ ୧୧ତାରିଖରେ ୧୨୫୫ ଜଣ, ଅଗଷ୍ଟ୧୩ ରେ ୧୧୬୪ ଜଣ,ଅଗଷ୍ଟ ୧୪ ରେ ୧୩୨୮ ଜଣ,  ଅଗଷ୍ଟ ୧୫ ରେ ୨୦୧୨, ଅଗଷ୍ଟ ୧୬ ରେ ୨୦୧୪ ସମତେ ୧୦୫୫୮ଜଣଙ୍କ ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ୪୩ ଜଣ ଗୃହସଙ୍ଗରୋଧ ରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜୁନାଗଡ଼ ରେ ୧୬ ଜଣ, ଭବାନୀପାଟଣା ରେ ୧୪ ଜଣ, କେସିଙ୍ଗା ରେ ୫ ଜଣ, କଲମପୁର ବ୍ଳକରେ ୭ ଜଣ  ଜୟପାଟଣା ବ୍ଳକରେ ଜଣେ ଅଛନ୍ତି । 
ସମ୍ବନ୍ଧିତ ଖବର